କିସ୍ ତରଫରୁ ଜିଲ୍ଳାସ୍ତରୀୟ ଆଲୋଚନାଚକ୍ର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଡିଆରଡିଏ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଳାସ୍ତରୀୟ ଆଲୋଚନା ଓ ଅନୁଭୂତି ଆଦାନପ୍ରଦାନ କର୍ମଶାଳାଟି ସମ୍ମାନୀୟ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କିସ୍ ତରଫରୁ ଆୟୋଜନ କରାଯାଇଥିଲା । ରାୟଗଡ ଜିଲ୍ଳାରେ ମିଶନ ଉଦୟ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମର ଉନ୍ନତି ସହ ଏହି ପ୍ରକଳ୍ପରେ ଅର୍ନ୍ତଭୁକ୍ତ ଯୁବକଯବତୀମାନଙ୍କର ଅନୁଭୂତିକୁ ଜିଲ୍ଳା ପ୍ରଶାସନକୁ ଜଣାଇବା ଏବଂ ଜିଲ୍ଳା ପ୍ରଶାସନଙ୍କର ନୂତନ ଦିଗଦର୍ଶନ କାମନା କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଜିଲ୍ଳାପାଳଙ୍କ ସମେତ ପିଡି-ଡିଆରଡିଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଏବଂ ଅନ୍ୟାନ୍ୟ ଏନଜିଓମାନଙ୍କର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଉଦୟ ପ୍ରକଳ୍ପର ପ୍ରୋଗମ ଅଫିସର ସବ୍ୟସାଚୀ ରାଉତ ସ୍ୱାଗତ ଭାଷଣ ଦେଇ ସମସ୍ତ ଅତିଥିମାନଙ୍କୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରିବା ପାଇଁ ଅନୁରୋଧ କରିଥିଲେ ।

ପରେ ଉଦୟ ପ୍ରଳ୍ପରେ ବିଭିନ୍ନ ଯୁବ ଚେଂଜମେକରମାନଙ୍କୁ ନେଇ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ଉଦୟ ପ୍ରଜେକ୍ଟର ପ୍ରୋଗାମ ମ୍ୟାନେଜର ସ୍ମୃତିସାଥୀ ସାହୁ ପ୍ରକଳ୍ପର ୨୦୧୮-୨୦୨୦ ଆର୍ଥିକ ୩ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ତାହାର ପ୍ରଭାବ ବିଷୟରେ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.