ବିଜୁ ସେତୁ ନିର୍ମାଣରେ ଦୁର୍ନୀତିର ଗନ୍ଧ!

ନିର୍ମାଣ ନସରୁଣୁ ପିଲରରେ ଫାଟ, ସ୍ଥାୟୀତ୍ବ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ

କୋକସରା, (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଏକ ଜନହିତକର ଯୋଜନା ହେଉଛି ‘ବିଜୁ ସେତୁ’। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଛୋଟ ନଦୀ, ଯୋର ଓ ନାଳ ଉପରେ ସେତୁ ନିର୍ମାଣ ହେଉଛି। ଯଦ୍ୱାରା ସ୍ଥାନୀୟ ଅଧିବାସୀ ଓ ପଥାଚାରୀମାନେ ସୁବିଧାରେ ଗମନା ଗମନ କରିପାରୁଛନ୍ତି। ତେବେ କିଛି ଜାଗାରେ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ଫଳରେ ଏହି ସେତୁ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।

Omkar Vasthu
Omkar Vasthu


ଏମିତି ଏକ ଅଭିଯୋଗ ଆସିଛି କୋକସରା ବ୍ଲକ ଖପରାମାଳ ଠାରୁ ମୁଷାପାଲି ରାସ୍ତାର ବେହେରା ନଦୀ ଉପରେ ସେତୁ ନିର୍ମାଣ କାମରେ। ଏହି ସେତୁ ପାଇଁ ଟ ୪୭୬.୦୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ୯୧.୮୯ ମି ଲମ୍ବ ଓ ୭.୫୦ ମି ଓସାର ବିଶିଷ୍ଟ ସେତୁ ନିର୍ମାଣ ପାଇଁ ୨୦୨୦ ଜୁଲାଇ ୧୯ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ ଜୁଲାଇ ୨୧ରଜ ସମ୍ପୂର୍ଣ କରିବା ଲକ୍ଷ୍ୟରେ କାମ ଚାଲୁଛି। ଏହି ସେତୁ ନିର୍ମାଣ ହେଲେ ସାତ ଗୋଟି ଗ୍ରାମର ପ୍ରାୟ ୧୫ ହଜାର ଅଧିବାସୀ ଉପକୃତ ହେବେ। ଏହି ସେତୁରେ ବନ୍ଧା ଯାଉଥିବା ରଡ଼ର ଦୂରତାକୁ ବଢାଇବା ସଂଗେ ନିମ୍ନ ମାନର କଂକ୍ରିଟ ସାଙ୍ଗକୁ ମାଟି ମିଶା ଚିପ୍ସ ପକାଯାଇ କାମ ଚାଲିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ନିର୍ମାଣ ହୋଇଥିଇବା ପିଲର ଫାଟି ଆଁ କରିଥିବା ବେଳେ ଲୋକଲୋଚନରୁ ଦୁରେଇ ରଖିବା ପାଇଁ ସିମେଣ୍ଟ ଘୋଳ ଦେଇ ଢାଙ୍କି ଦିଆ ଯାଇଛି। ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ନ ରହି ନିମ୍ନ ମାନର କାମକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

Pearl dental clinic
Near Ashish Medical Store, Bhawanipatna


ସୂଚନା ଥାଉକି ଏହି ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବୀ ହୋଇଆସୁଥିଲା। ଯାହାକୁ ରାଜ୍ୟ ସରକାର ଗ୍ରହଣ କରି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ କରିଥିଲେ। ମାତ୍ର ଯନ୍ତ୍ରୀ ଓ ଠିକାଦାର ସଲାସୁତୁରା ହୋଇ ସେତୁ ଟିକୁ ନିମ୍ନ ମାନର କାମ କରି ସାରିଦେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ତୁରନ୍ତ ଏହି କାର୍ଯ୍ୟର ମାନ ପରୀକ୍ଷା କରାଯାଇ ନିମ୍ନମାନ କାର୍ଯ୍ୟ କରୁଥିବା ଠିକାଦାର ଓ ତାଙ୍କୁ ସହାୟତା କରୁଥିବା ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ଯଦି ଆଗାମୀ ଦିନରେ ଏହି ନିମ୍ନମାନର ସେତୁପାଇଁ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.