ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ ଶିବରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଡିଏସଏସଓ ନାରାୟଣ ବେହେରା, ଏସଏସଏସଓ ଦୁର୍ଯ୍ୟୋଧନ ବିଶି, ବିଏସଏସଓ ସୁଜିତ କୁମାର ସାହୁ, ଡିଓପିସି ହେମନ୍ତ କୁମାର ତାଣ୍ଡି, ଡିଓସି ଦୁଳମଣି ପ୍ରଧାନ, ବିସି ମଞ୍ଜୁଲତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନହର ହରପାଲ, କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ଶିବିରରେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୧୮୮ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିଲା। ୩ ଜଣଙ୍କୁ ଟ୍ରାଇସାଇକେଲ, ୩୯ ଜଣଙ୍କୁ ପେନସନ, ୭୫ ଜଣଙ୍କ ନାମ ଗ୍ରାମାଞ୍ଚଳ ଗୃହ ନିର୍ମାଣ, ୧୮ ଜଣଙ୍କୁ ବସ୍‌ ଓ ଟ୍ରେନ୍‌ ପାସ୍‌, ୩ ଜଣଙ୍କୁ ବ୍ୟାଙ୍କ ଋଣ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଶିବିରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇଏଣ୍ଟି ଡାକ୍ତର ପ୍ରଦ୍ୟୁମ୍ନ ପଣ୍ଡା, ଆଇ ଡାକ୍ତର ନିବେଦିତା ସାହୁ, ଆଡ଼ିଓଲୋଜିଷ୍ଟ ଡାକ୍ତର ବାଦଲ ପଟ୍ଟନାୟକ, ଅର୍ଥପେଢି ଡାକ୍ତର ସୁନୀଲ ପାଢ଼ୀ, ସାଇକାଟ୍ରିଷ୍ଟ ପ୍ରତାପ ପଟ୍ଟନାୟକ
ଯୋଗ ଦେଇଥିଲେ। ଗୋଲକ ନନ୍ଦ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


କାର୍ଯ୍ୟକ୍ରମରେ ଜିତୁ ପୋଢ଼, ଝଜକେତନ ଦୁର୍ଗା, ଗୁଞ୍ଜନ ହାତୀ, ଅନନ୍ତ ସରାଫ, ଲଛମନ ନାଏକ, ବିକ୍ରମ ମାଝୀ, ଧିରୁ ଚନ୍ଦନ ଓ ଏମବିଡ଼ି ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ନିତ୍ୟସୁନ୍ଦର ଦୋରା, ମୋହିତ ବାଡ଼ତିଆ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.