ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ବୌଦ୍ଧ: ଭାରତ ସ୍ୱାଧୀନତାର ୭୫ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ମାର୍ଚ୍ଚ ୧୨ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ସେହି କ୍ରମରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଦ୍ବାରା ଏକ ସାଇକେଲ ରାଲି (ସାଇକ୍ଲାଥନ୍) ଏବଂ ପଦ ଯାତ୍ରା (ପ୍ୟାଡିଆଟ୍ରା) ଆୟୋଜିତ ହୋଇଯାଇଛି। ଏଥିରେ ଜୟ ମା ସାବିତ୍ରୀ ମହିଳା ମଣ୍ଡଳର ୨୫ ଜଣ ମହିଳା, ବାଳିକା ଏବଂ ୧୦ ଜଣ ବାଳକ ଅଂଶ୍ରଗ୍ରହଣ କରିଥିଲେ। ଏଥିରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଯୁବ ଅଧିକାରୀ ବିରେନ୍ଦ୍ର ସିଂ ବୋକେନ୍ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦେଶ ସ୍ୱାଧୀନତାର ଘଟଣାକ୍ରମ ବିଷୟରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନେତାଜୀ ସୁଭାଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ଏହି କାର୍ଯ୍ୟକ୍ରମଗୁଡିକ ସହିତ ନେତାଜୀ ଲିଗେସୀ ମଧ୍ୟ ଜଡିତ ଅଛି। ଜିଲ୍ଲାର ଅନେକ ଗ୍ରାମରେ ଯୁବ ସର୍କଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଦେବାର୍ଚ୍ଚନ ମେହେର ପରିଚାଳନା କରିଥିବାବେଳେ ଜୟ ମା ସାବିତ୍ରୀ ମହିଳା ମଣ୍ଡଳର ସଭାନେତ୍ରୀ ଟୁନି ମେହେର, ସମ୍ପାଦିକା ଲକ୍ଷ୍ମୀ ମେହେର, କୋଷାଧ୍ୟକ୍ଷା ଧନେଶ୍ୱରି ମେହେର, ଝିଲି ମେହେର, ସୁଭଦ୍ରା ମେହେର, ପୂର୍ଣ୍ଣିମା ମେହେର, ଅଞ୍ଜୁ ମେହେର, ଚମ୍ପା ମେହେର, ସାକ୍ଷୀ ମେହେର, ବସୁନ୍ଧରା ମେହେର, ମହିଳା ମଣ୍ଡଳ ର ସମସ୍ତ ସଭ୍ୟାଙ୍କ ସମେତ ସୁନୀତା ଖେତି ଓ ଅନ୍ୟାନ୍ୟ ଯୁବକ ଯୁବତୀମାନେ ସହଯୋଗ କରିଥିଲେ। ଦେବାର୍ଚ୍ଚନ ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇ ଶେଷରେ ସଭା ସଙ୍ଗ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.