ଶିଶୁ ପ୍ରତିଭା ଲଳିତ ନାରାୟଣ ସ୍ୱାଇଁ ପାଇଲେ ଚିତ୍ରଶିଳ୍ପୀ ସମ୍ମାନ

କଟକ: ଚୌଦ୍ୱାର ପୌର ପରିଷଦ ଟାଉନହଲ ଠାରେ ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁ ପ୍ରତିଭା ଲଳିତ ନାରାୟଣ ସ୍ୱାଇଁ ‘ଚିତ୍ରଶିଳ୍ପୀ ସମ୍ମାନ’ରେ ସମ୍ମାନୀତ ହୋଇଛନ୍ତି।ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ସମାରୋହରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ଚେନାଲ ମୁଖ୍ୟ ସୁନିତା ମହାପତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଲଲିତ ନାରାୟଣଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Omkar Vasthu
Omkar Vasthu

ଯୁବ ସାମ୍ବାଦିକ ବିଭୁ ପ୍ରସାଦ ସ୍ୱାଇଁ ଓ ସୁଗୃହିଣୀ ଇତିଶ୍ରୀ ମହାପାତ୍ରଙ୍କ ସୁପୁତ୍ର ଲଲିତ ନାରାୟଣ କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଜଣେ ପ୍ରତିଭାଦିପ୍ତ ଛାତ୍ର ଭାବେ ସେ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇ ଜନ୍ମମାଟି ଫକୀରପଡା, କନ୍ଦରପୁର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ଲଲିତ ନାରାୟଣଙ୍କୁ ସରସ୍ୱତୀ କଳା ପରିଷଦ କନ୍ଦରପୁର, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା(ବିସିଟି), ଉତ୍କଳ ବିକାଶ ପରିଷଦ କଟକ ସଦର, ସ୍ବର୍ଗତ ବସନ୍ତ ଜେନା ସ୍ମୃତି ସଂସଦ ଦାମୋଦରପୁର, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ନେତାଜୀ ସୁବାଷ ସ୍ମୃତି ପରିଷଦ ବୟାଳିଶମୌଜା, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଓ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ ବୟାଳିଶମୌଜା ପକ୍ଷରୁ ଶୁଭେଚ୍ଛା ଜଣାଇବାସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.