ପଶ୍ଚିମ ଓଡ଼ିଶା ୱେବ ମିଡିଆ ଆସୋସିଏସନର ସାଧାରଣ ବୈଠକ

ବୌଦ୍ଧ/ବରଗଡ଼, (ହୃଦାନନ୍ଦ ମେହେର): ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ଆସୋସିଏସନର ଏକ ସାଧାରଣ ବୈଠକ ପାଇକମାଳ ସ୍ଥିତ ବାବା ନୃସିଂହନାଥ ମନ୍ଦିର ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅସିତ୍ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ମଞ୍ଚର ଆବାହକ ପ୍ରଦୀପ ପୁରୋହିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ୱେବ୍ ମିଡ଼ିଆର ଗୁରୁତ୍ଵ, ସାମ୍ବାଦିକ ମାନଙ୍କର ସମସ୍ୟା, ଓ ଦାୟିତ୍ୱ ଉପରେ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଂଘର ଉପ-ସଭାପତି ଧୀରେନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୱେବ୍ ମିଡ଼ିଆ ସାମ୍ବାଦିକ ମାନେ ସଂଗଠନକୁ ମଜବୁତ କରିବା ପାଇଁ ମତ ପ୍ରକାଶ କରିଥିଲେ। ବରଗଡରୁ ଆରମ୍ଭ ହୋଇଥିବା ଏହି ସଂଘ ପଶ୍ଚିମ ଓଡ଼ିଶାରେ ବିସ୍ତାର କରି ସଂଗଠନକୁ ସୁଦୃଢ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ୱେବ୍ ମିଡ଼ିଆ ସାମ୍ବାଦିକ ମାନଙ୍କୁ ଶାସକ ହୁଅନ୍ତୁ ବା ପ୍ରଶାସକ ଯିଏ ବି ଦୁର୍ବ୍ୟହାର କିମ୍ବା ଆକ୍ରୋଶ ମୂଳକ ଭାବରେ ଆକ୍ରମଣ କଲେ ସଂଘ ପକ୍ଷରୁ ତାର ଉଚିତ୍ ଜବାବ୍ ଦିଆଯିବ ବୋଲି ସଂଘର ଆଇନ୍ ଉପଦେଷ୍ଟା ଓ ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.