କାଶିପୁର: କାଶିପୁର ବ୍ଲକ ଅନ୍ତର୍ଗତ ଟିକିରିରେ ଆଜି ରାୟଗଡ ଜିଲ୍ଲା ପରିବହନ ବିଭାଗ ଓ ଟିକିରି ପୋଲିସର ମିଳିତ ସହଯୋଗରେ ଯାନବାହାନ ଯାଞ୍ଚ କରାଯାଇଛି। ବେପରୁଆ ଗାଡି ଚାଳନାକୁ ନିୟନ୍ତ୍ରଣ କରିବାସହ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଗାଡିର ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇଛି।
ଯାଞ୍ଚ ସମୟରେ ପ୍ରାୟ ୧୦୨ଟି ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ୪ଲକ୍ଷ ୭୨ ହଜାର ୭୦୦ ଟଙ୍କା ଆଦାୟ କରାଯାଇଥିବା ରାୟଗଡ ଆଞ୍ଚଳିକ ପରିବହନ ଅଧିକାରୀ ଆର.କେ. ବେହେରା ସୂଚନା ଦେଇଛନ୍ତି।
ଉକ୍ତ ଯାଞ୍ଚ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରାୟଗଡ ଜିଲ୍ଲା କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in