ନର୍ଲାରେ ବିଦ୍ୟୁତ କାଟ: ଅସ୍ତବ୍ୟସ୍ତ ହୋଇ ଉଠୁଛି ଜନଜୀବନ

କଳାହାଣ୍ଡି: ଗ୍ରୀଷ୍ମର ଆଗମନ ସହ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପାରଦ ଉପରମୁହାଁ ହୋଇ ଚାଲିଥିବାବେଳେ ଗୁଳୁଗୁଳି ଓ ଝାଞ୍ଜି ପବନ ସହ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏପଟେ ସଂକ୍ରମଣର ମାତ୍ରା ବଢି ଚାଲିଥିବାରୁ ନର୍ଲାକୁ ସପ୍ତାହ ବ୍ୟାପି ସଟ ଡାଉନ ଘୋଷଣା କରାଯାଇଛି। ଏମିତି ପରିସ୍ଥିତିରେ ଲୋକେ ସଚେତନ ହୋଇ ଘରେ ରହୁଛନ୍ତି। ଆଜକୁ ପ୍ରାୟ ଚାରି ଦିନ ହେବ ରାତି ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି। ଏହା ବ୍ୟତିରେକ ଦିନ ରାତି ମଝିରେ ମଝିରେ ମନଇଚ୍ଛା ଚାଲିଛି ବିଦ୍ୟୁତ କାଟ। ରାତିରେ ସବୁଦିନ ହେଉଥିବା ବିଦ୍ୟୁତ କାଟର କୈାଣସି ପୂର୍ବ ସୂଚନା ନାହିଁ। ତେଣୁ ଏହା ବିଦ୍ୟୁତ କାଟ ନା ଅନ୍ୟ କେଉଁ କାରଣ ତାହା ଜାଣିପାରୁ ନାହାନ୍ତି ନର୍ଲାବାସୀ। ତେଣୁ ଏହି ସମୟରେ ବିଦ୍ୟୁତ କାଟ ନକରିବାକୁ ମାନ୍ୟବର ଶକ୍ତି ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ଜନତା ଦାବି କରୁଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.