କରୋନା କାରୁଣ୍ୟ: ପୁଣି ୧୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ କୁ ବୃଦ୍ଧି ପାଇଲା

ଭୁବନେଶ୍ବର: କରୋନା ମହାମାରୀର ଦ୍ବିତୀୟ ଲହର ଭୟାନକ ରୂପ ନେଇଛି। ପୁଣି ୧୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁବରଣ କରିଥିବା ୧୨ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଏବଂ ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଥିବା ସୂଚନା ମିଳିଛି। ଏବେ ସୁଦ୍ଧା ରାଜ୍ୟରେ ୧୦୦୪୧୨୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୩୫ ହଜାର ୫୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୫୫ ହଜାର ୨୪୫ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.