ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତାକୁ ନେଇ ବ୍ୟାଖ୍ୟାନମାଳା

ଭୁବନେଶ୍ୱର: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ଆଜି କରୋନା ସଚେତନତାକୁ ନେଇ ଏକ ବ୍ୟାଖ୍ୟାନମାଳା ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ରହିଥିଲା କୋଭିଡ-୧୯ ସମୟରେ ସତର୍କତା, ସଚେତନତା ଓ ସମ୍ବେଦନଶୀଳତା। ଆଲୋଚନାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ କରୋନା ମହାମାରୀ ସମୟରେ ନିଜକୁ କିଭଳି ସୁସ୍ଥ ରଖିବା ଏବଂ ସଚେତନ ରଖିବା ନେଇ ଗଭୀର ଆଲୋଚନା କରିବା ସହ ସମସ୍ତେ କିଭଳି ଏହି କୋଭିଡ ସମୟରେ ନିଜର ତଥା ନିଜ ପରିବାରକୁ ସୁସ୍ଥ ଏବଂ ନିରାମୟ ରଖିପାରିବେ ସେ ନେଇ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ମା ମାଣିକେଶ୍ବରୀ ଶାଖାର ଆୟୋଜକ ମନୋଜ ନାୟକ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଭୁବନେଶ୍ୱର ପୁରୋହିତ, ରାଜ ଶର୍ମା, ମିନା ମୁଣ୍ଡ, ହେମନ୍ତ ମୁଣ୍ଡ, ବାସନ୍ତୀ ସାହୁ, ରୁପେଶ କୁମାର ପୁରୋହିତ ପ୍ରମୁଖ ଯୋଗଦାନ କରି କରୋନା ସମ୍ପର୍କିତ ସମସ୍ତ ସମସ୍ୟାର ମାର୍ଗ ତଥା ଏହାର ସମାଧାନ ଡାକ୍ତର ପଣ୍ଡାଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। ପରିଶେଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମସ୍ତ ସଦସ୍ୟ କରୋନା ମହାମାରୀର ଉଚିତ ପରାମର୍ଶ ହାସଲ କରିଥିବାରୁ ଡାକ୍ତର ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.