ରିଷିଡା ଶିବ ମନ୍ଦିରର ମୁଖ୍ୟ ପୂଜକଙ୍କ ପରଲୋକ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରର ମୁଖ୍ୟ ପୂଜକ ହୃଦାନନ୍ଦ ଥାନାପତି ଆଜି ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ପଞ୍ଚସ୍ତରୀ ବର୍ଷ ବୟସ ହୋଇଥିଲା। ସେ ରିଷିଡା ଠାରେ ଶିବ ମନ୍ଦିର ହେବା ଦିନଠାରୁ ପୂଜା କରି ଆସୁଥିଲେ। ତାଙ୍କର ସ୍ତ୍ରୀ, ଦୁଇ ପୁଅ, ପୁତ୍ରବଧୂ, ନାତିନାତୁଣୀ ଅଛନ୍ତି। ତାଙ୍କ ବିୟୋଗରେ ମନ୍ଦିର ପରିଚାଳନା କମିଟି ସଭାପତି ଦିଲୀପ କୁମାର ରଣା, ସମ୍ପାଦକ ଦୁଷ୍ମନ୍ତ ଲେଙ୍କା, ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ପ୍ରେମାନନ୍ଦ ପାତ୍ର, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, କୈଳାସ ସାହୁ, ମଣ୍ଡଳ ବିଜେପି ସଭାପତି ସଞ୍ଜୟ ଜୈନ, କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.