ବିଶ୍ୱ ମାତୃ ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ କବିତା ଆସର

ବାଲଶ୍ୱରର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ବିଶ୍ୱ ମାତୃ ଦିବସ ଅବସରରେ ଏକ ଭର୍ଚୁଆଲ୍ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ଶାନ୍ତିପାଠ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପୌରହିତ୍ୟ ତଥା ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ରିତାରାଣୀ ନାୟକ ଯୋଗ ଦେଇ ମାଁ ଶବ୍ଦର ତାତ୍ପର୍ଯ୍ୟତା ଦର୍ଶାଇଥିଲେ। ଅନୁଷ୍ଠାନର ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରିଥିଲେ ରଞ୍ଜନ କୁମାର ମହାନ୍ତି। ଆସରର ସମୀକ୍ଷା କରିଥିଲେ ସାହିତ୍ୟିକ ବିଶେଶ୍ୱର ମାଝୀ। ଉକ୍ତ କବିତା ଆସରରେ ପ୍ରିୟମ୍ବଦା ସାମଲ, ସୁସାହିତ୍ୟିକ ତଥା କବି ତ୍ରିନାଥ ପଟ୍ଟନାୟକ, ଡମ୍ବରୁଧର ଦାସ, ହରିହର ଭୁକ୍ତା, ଶୁଭ୍ରାଂଶୁ ଶେଖର ମାହୁନ୍ତ, ଯୁବକବି ଶିବାନନ୍ଦ ବାରିକ, ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ବୈଦ୍ୟନାଥ ପଣ୍ଡା, ଅଭୟ ତ୍ରିପାଠୀ ଶର୍ମା, ନିରଞ୍ଜନ ବେହେରା, ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ବୈଜୟନ୍ତୀ ସାହୁ, ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଜୁମମନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ସମର ବଲ୍ଲଭ ଭୋଇ, ଗୀତା ପୁରୀ, ରାଜେଶ୍ଵରୀ ପଣ୍ଡା, ସଂହିତା ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ପିଙ୍କୁ ରଣବିଡା, ବୈଷ୍ଣବ ଭୋଇ, ନଟବର ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି ଏବଂ କବୟତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.