କେନ୍ଦୁପତ୍ର ଫଡିରେ ଖଟୁଛନ୍ତି ଷଷ୍ଠ-ସପ୍ତମ ଶ୍ରେଣୀର ପିଲା: ପ୍ରଶାସନ ଦୃଷ୍ଟି ଦେବେ କି?

କଳାହାଣ୍ଡି: ସରକାରୀ ନିୟମ କାନୁନକୁ ଅଣଦେଖା କରାଯାଇ କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି। ଟାଣ ଖରାରେ ଶିଶୁ ଶ୍ରମିକମାନେ ଖଟୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଠାରେ କୋଭିଡ ନିୟମ ମଧ୍ୟ ଫୁ’। କୈାଣସି ଶିଶୁ ଶ୍ରମିକ ମାସ୍କ ବ୍ୟବହାର କରୁନଥିବା ଦେଖାଯାଇଛି, ସାମାଜିକ ଦୂରତା କଥା ପଚାରେ କିଏ? ଏହା ହେଉଛି କେସିଙ୍ଗା କେନ୍ଦୁଲିଫ୍ ରେଞ୍ଜ ଅନ୍ତର୍ଗତ ଯୋରାଡବରା କେନ୍ଦୁ ପତ୍ର ଫଡିର ଚିତ୍ର। ୧୪ ବର୍ଷରୁ କମ ଶିଶୁ ମାନଙ୍କୁ କାମରେ ନିୟୋଜିତ କରିଛନ୍ତି ଏହି ଫଡିର ମୁନସୀ ହୃଷିକେଶ ଡାଣ୍ଡ। ଏମାନଙ୍କ ମଧ୍ଯରୁ କିଏ ଉଚ୍ଚ ବିଦ୍ଯାଳୟରେ ପଢୁଛିତ ପୁଣି କିଏ ଏମ୍.ଇ. ସ୍କୁଲ୍। ଷଷ୍ଠ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପିଲା ଏଠାରେ ଗଧ ଖଟଣି ଖଟୁଛନ୍ତି, ଅଥଚ ପ୍ରଶାସନର ନଜର ନାହିଁ।

Omkar Vasthu
Omkar Vasthu


ଶିଶୁମାନେ ପତ୍ର ଗୋଟାଇବା ଠାରୁ ଆରମ୍ଭକରି ଫଡିର ସବୁ କାମ କରୁଛନ୍ତି। ବୟସ ତୁଳନାରେ କାମର ବୋଝ ବେସୀ, କିନ୍ତୁ ସେମାନେ କେତେ ଟଙ୍କା ମଜୁରୀ ପାଇବେ ତାହା ଜାଣିନଥିବା ପ୍ରକାଶ କରିଛନ୍ତି। ଏହି ଫଡିର ମୁନସିଙ୍କ ମୁନାଫାଖୋର ମନବୃତ୍ତି ଯୋଗୁଁ ଗଧ ଖଟଣି ଖଟୁଛନ୍ତି କୋମଳମତି ବାଳକ। କେନ୍ଦୁପତ୍ର ଫଡି ଗୋଟାଲିଙ୍କୁ କେରି ସଂଖ୍ଯକ ହିସାବରେ ମଜୁରୀ ଦିଆ ଯାଉଥିବା ବେଳେ କିନ୍ତୁ ଏହି ଶିଶୁ ଶ୍ରମିକ ମାନଙ୍କୁ ୫-୬ ଘଣ୍ଟା କାର୍ଯ୍ଯରେ ନିୟୋଜିତ କରି କାର୍ଯ୍ଯ କରାଉଛନ୍ତି କେନ୍ଦୁପତ୍ର ଫଡିର ମୁନସି ହୃଷିକେଶ ଡାଣ୍ଡ। ତେବେ ଏହି ଶିଶୁ ଶ୍ରମିକ ମାନଙ୍କୁ କେତେ ଟଙ୍କା ପାରିଶ୍ରମିକ ଦିଆ ଯାଉଛି ତାହା ମଧ୍ଯ ଜଣା ନଥିବା ମତ ପ୍ରକାଶ କରିଛନ୍ତି ଶିଶୁ ଶ୍ରମିକ।

Pearl dental clinic
Near Ashish Medical Store, Bhawanipatna


ଶିଶୁ ଶ୍ରମିକଙ୍କୁ କେନ୍ଦୁପତ୍ର ଫଡି ଗୋଟାଇବାରେ ନିୟୋଜିତ କରିଥିବା କଥାକୁ ସ୍ବିକାର କରିଛନ୍ତି ମୁନସି ହୃଷିକେଶ ଡାଣ୍ଡ। ତେବେ ଏନେଇ କେସିଙ୍ଗା କେନ୍ଦୁ ଲିଫ୍ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ କିଛି ଜାଣି ନାହିଁ ତାହା ମୁନସିଙ୍କୁ କହିବି ଏବଂ ଏହି ଖବର ତାଙ୍କ ନଜରକୁ ଆସିନାହିଁ ବୋଲି ପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଅନ୍ଯପଟେ ମ.ରାମପୁର ରେଞ୍ଜ ଅଧିନରେ ଥିବା କୁଟୁଲୁପଲା କେନ୍ଦୁ ପତ୍ର ଫଡିର ଚିତ୍ର ମଧ୍ଯ ସମାନ। କଳାହାଣ୍ଡି ନର୍ଥ୍ ଡି.ଏଫ୍.ଓ. କହିଛନ୍ତି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ କୌଣଷି ନିର୍ଦ୍ଧେଶ ନାହିଁ ଏବଂ ଏଭଳି ଖବର ତାଙ୍କ ନଜରକୁ ଆସିନାହିିଁ। ଅନୁସନ୍ଧାନ ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହା କେବଳ କେସିଙ୍ଗା ଓ ମ.ରାମପୁର ରେଞ୍ଜ କଥା ନୁହଁ କଳାହାଣ୍ଡିର ଅନେକ ସ୍ଥାନରେ ଏପରି ଶିଶୁ ଶ୍ରମିକ ନିୟୋଜିତ ହୋଇଛନ୍ତି, ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡିରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.