କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କଟା: ଜଙ୍ଗଲ ବିଭାଗ ନିଦାବିଷ୍ଣୁ

ଅନେକ ଦିନ ହେଲା ହଜାରେରୁ ଉର୍ଦ୍ଧ୍ବ ଗଛକଟା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି

Omkar Vasthu
Omkar Vasthu

କୋରାପୁଟ: ଜୟପୁର ବନଖଣ୍ଡ ଅଧୀନରେ ଥିବା କୋଟପାଡ଼ ରେଞ୍ଜ ଅନ୍ତର୍ଗତ ଚାନ୍ଦିଲି ସେକ୍ସନର ମଲଚମା ରିଜର୍ଭ ଫରେଷ୍ଟରୁ ବିପୁଳ ପରିମାଣର ଗଛ କଟାହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୦୦୦ରୁ ଉର୍ଦ୍ଧ କଟା ହୋଇଥିବା ବୃକ୍ଷ ମଧ୍ୟରେ ରହିଛି ଶାଳ, ପିଆଶାଳ, ଶାଗୁଆନ ଆଦି ମୁଲ୍ୟବାନ କାଠ। ଅନେକ ଦିନ ହେଲା ଗଛକଟା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏ ସମ୍ବନ୍ଧରେ ଉଚ୍ଚ ପଦସ୍ଥ ଅଧିକାରୀ ଏପରିକି ବିଭାଗୀୟ ସଚିବଙ୍କୁ ମଧ୍ୟ ଅବଗତ କରାଯାଇଛି। ତେବେ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଗୋଟିଏ ପଟରେ ରାଜ୍ୟ ସରକାର ଜଙ୍ଗଲ- ସୁରକ୍ଷା ପରିବେଶ ରକ୍ଷା ସ୍ଲୋଗାନ ଦେଇ ବାହାଗିନି ମାରୁଥିବା ବେଳେ ତାହା ଯେ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ଏହି ଚିତ୍ରରୁ ସ୍ପଷ୍ଟ ଅନୁମେୟ। ଅନ୍ୟପକ୍ଷରେ ଅଧିକାରୀମାନଙ୍କ ନିରବତାକୁ ନେଇ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.