ପୋଲିସ ଫାଣ୍ଡିରେ କର୍ମଚାରୀ ଅଭାବ: ଲକଡାଉନରେ ଅମାନିଆଙ୍କ ଉତ୍ପାତ

ରାମନାଗୁଡା: ରାୟଗଡ ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ପୋଲିସ ଫାଣ୍ଡିରେ ଦେଖା ଦେଇଛି କର୍ମଚାରୀ ଅଭାବ। ବର୍ତ୍ତମାନ ଲକଡାଉନ ସମୟରେ କଡାକଡି ଯାଞ୍ଚ, ଛକ ସ୍ଥାନ ମାନଙ୍କରେ ପେଟ୍ରୋଲିଂ, ଅମାନିଆଙ୍କୁ ଆୟତ୍ତ ତଥା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ଥାନ ଗୁଡିକରେ ତଦାରଖ ପ୍ରଭୃତି କାର୍ଯ୍ୟ କରିବା ସମ୍ଭବ ପର ହେଉନାହିଁ। ଫାଣ୍ଡିରେ ଜଣେ ସବଇନ୍ସପେକ୍ଟର, ଜଣେ ପୋଲିସ ଏଏସଆଇ ତାଲିମ ନେବାକୁ ନିୟୋଜିତ ଅଛନ୍ତି। ୫ଜଣ କନେଷ୍ଟବଳଙ୍କ ମଧ୍ୟରୁ ଜଣେ କରନା ସଂକ୍ରମିତ ହୋଇ ହୋମ ଆଇସଲେସନ ରହିଛନ୍ତି। ବଳକା ପାଞ୍ଚ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି କିନ୍ତୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଛି। କରନାର ଦ୍ୱିତୀୟ ଲହର ବଢ଼ି ବଢ଼ି ଚାଲିଥିବାରୁ ସରକାରଙ୍କ ଦ୍ଵାରା ଲକ ଡାଉନ ଓ ସର୍ଟ ଡାଉନ କରି ରାଜ୍ୟ ବାସୀଙ୍କୁ କରନା ଦାଉରୁ ସୁରକ୍ଷା ଦେବା ପାଇଁ ନେଇଥିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ।

Omkar Vasthu
Omkar Vasthu


କିନ୍ତୁ ରାମନାଗୁଡା ଫାଣ୍ଡିରେ ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହି ସବୁ କାର୍ଯ୍ୟ ଠିକ ଭାବେ ଆୟତ୍ତ କରିବା ସହଜ ସାଧ୍ୟ ନୁହେଁ। ଏହି ବ୍ଲକର ସୁଲୁଡି ଓ ଅନ୍ୟାନ୍ୟ ଗଳା ବାଟ ଦେଇ ଅନେକ ପ୍ରବାସୀ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଆସି ଓଡ଼ିଶାର ଅନେକ ଅଂଚଳରେ ପ୍ରବେଶ କରୁଛନ୍ତି। ସେମାନଙ୍କୁ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡାକଡି କରି ରୋକିବା, ସେଠାରେ ପୋଲିସ କର୍ମଚାରୀ ମାନଙ୍କର ରହିବା ପୁଣି ରାମନାଗୁଡା ବ୍ଲକ ସଦର ତଥା ମୁଖ୍ୟ ବଜାର ଓ ବ୍ଲକ ଛକ ଏବଂ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ପୋଲିସକୁ ମୁତୟନ କରିବା ସହିତ ବ୍ଲକର ଅନ୍ୟାନ୍ୟ ଅଞ୍ଚଳ ଗୁଡିକ ବୁଲି ବୁଲି ଯାଞ୍ଚ କରିବା କାର୍ଯ୍ୟ ଲକ ଡାଉନ ଓ ସର୍ଟ ଡାଉନ ସରକାରଙ୍କ ଦ୍ୱାରା ପ୍ରଯୋଜିତ ତାହା ସଫଳ ହୋଇ ପାରିବ। କିନ୍ତୁ ସେହି କାର୍ଯ୍ୟ ପୋଲିସ କର୍ମଚାରୀ ଙ୍କ ଅଭାବରୁ ସଫଳ ହୋଇ ପାରୁନି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେଣୁ ପ୍ରଶାସନ ରାମନାଗୁଡା ପୋଲିସ ଫାଣ୍ଡିରେ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଏହି ବ୍ଲକରେ ସବୁ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ହେବା ସହ ମୁଖ୍ୟତଃ ଲକ ଡାଉନ ଓ ସଟଡାଉନ ଆୟତ୍ତ କରିବାରେ ସଫଳ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ୪ଜଣ ପୋଲିସ କର୍ମଚାରୀ ଙ୍କ ସହ ପୂର୍ବାହ୍ନ ୬ ଘଣ୍ଟା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟରେ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଅହରହ କାର୍ଯ୍ୟ କରୁଥିବାରୁ ଅଞ୍ଚଳ ବାସୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.