ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମର ଜଣେ ବିଶିଷ୍ଟ ବ୍ୟକ୍ତି ସତ୍ୟନାରାୟଣ ପଟ୍ଟନାୟକ(ଟୁନା)ଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପଟ୍ଟନାୟକ କିଛି ବର୍ଷ ହେଲା ଭବାନୀପାଟଣାରେ ଏକ ଭଡା ଘର ନେଇ ନିଜ ପୁଅ ଝିଅକୁ ପାଠ ପଢ଼ାଉ ଥିଲେ। ଆଜିକୁ୧୫ ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ତାଙ୍କୁ କାମଠନା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ରାତି ସାଢେ ୧୧ ଘଣ୍ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ସେ ପୂର୍ବରୁ ଲାଞ୍ଜିଗଡ଼ ଏଲଏନଟି କମ୍ପାନୀରେ ଠିକାଦାର ରୂପେ କାର୍ଯ୍ୟ କରିବା ସହ ଜଣେ ଶାନ୍ତ ଶିଷ୍ଟ, କର୍ତ୍ତବ୍ୟନିଷ୍ଠ, ମିଷ୍ଟ ଭାସି, ମେଳାପୀ, ବନ୍ଧୁ ପ୍ରେମୀ ଓ ଉଦାର ପ୍ରକୃତିର ମଣିଷ ଭାବେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ତାଙ୍କୁ ହରାଇ ଜନ୍ମମାଟି ଛତ୍ରପୁର ଓ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।ଲାଞ୍ଜିଗଡ଼ର ବିଭିନ୍ନ ସଂଗଠନ ଓ ଗ୍ରାମବାସୀ ତାଙ୍କର ଅମର ଆତ୍ମାର ସଦଗତି କାମନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in