ରାୟଗଡ ବିଜେପି ଜିଲ୍ଳା ସଭାପତିଙ୍କ ମାତୃ ବିୟୋଗ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଭାରତୀୟ ଜନତା ପାର୍ଟିର ଜିିଲ୍ଳା ସଭାପତି ଶିବ ପଟ୍ଟନାୟକଙ୍କ ମା ଶ୍ୟାମଳା ପଟ୍ଟନାୟକଙ୍କ ୯୪ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଏବଂ ବିଜେପି ମହଲରେ ଶୋକର ଛାୟାର ଖେଳିଯାଇଛି । ରାୟଗଡ ସହରର ବ୍ରାହ୍ମଣ ସାହିସ୍ଥିତ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ତାଙ୍କ ବଡ ପୁଅ ଶ୍ରୀ ଏଲ.ଆର.ଏମ. ପଟ୍ଟନାୟକ ମୁଖାଗ୍ନି ପ୍ରଦାନ କରିଥିଲେ । ଶ୍ରୀ ପଟ୍ଟନାୟକ ଓଡିଶା ରାଜସ୍ୱ ବିଭାଗର କର୍ମଚାରୀ ଥିଲେ ଏବଂ ଗତ ୨୦୧୨ବର୍ଷରେ ଅବସର ଗ୍ରହଣ କରିଥିଲେ । ତାଙ୍କ ବାପା ସ୍ୱର୍ଗତଃ ସୁଧାକର ପଟ୍ଟନାୟକ ଜଣେ ଧର୍ମପରାୟଣ ବ୍ୟକ୍ତି ରହିଥିଲେ । ଶ୍ରୀ ପଟ୍ଟନାୟକଙ୍କ ୭ଭାଇ ଓ ୪ଭଉଣୀ ରହିଛନ୍ତି । ମାଁଙ୍କ ଅକାଳ ବିୟୋଗ ସମୟରେ ତାଙ୍କ ଭାଇ ଶିବ ପଟ୍ଟନାୟକଙ୍କ ସମେତ ଅନ୍ୟ ଭାଇ,ବୋହୁ ଓ ନାତୀନାତୁଣୀ ଓ ସଂପର୍କୀୟ ମାନେ ଉପସ୍ଥିତ ରହିଥିଲେ । କୋଭିଡ କଟକଣା ମଧ୍ୟରେ ମାଁଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାରୁ ବିଭିନ୍ନ ମହଲରୁ ଶୋକ ସନ୍ତପ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରାଯାଇ ସ୍ୱର୍ଗତଃ ଶ୍ୟାମଳା ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ସ୍ୱଗର୍ତଃ ଶ୍ରୀମତି ପଟ୍ଟନାୟକ ଜଣେ ମେଳାପି ଓ ଧର୍ମ ପରାୟାଣ ମହିଳା ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.