କଳାହାଣ୍ଡି: କରୋନା କାଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବ୍ୟକ୍ତିମାନଙ୍କ ସୁବିଧା ପାଇଁ ଛାଇର ବ୍ୟବସ୍ଥା କରିଛନ୍ତି ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ। ତାଙ୍କ ପ୍ରଚେଷ୍ଟାରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟେଣ୍ଟ ଲଗାଯାଇ ଛାଇର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ରୋଗୀ ଓ ତାଙ୍କ ସଂପର୍କିୟ ତଥା ଟିକା ନେବାକୁ ଆସୁଥିବା ଲୋକେ ଛାଇବିନା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ଏହି ଅସୁବିଧା ଦୂର ହୋଇଥିବାରୁ ଅଞ୍ଚଳବାସୀ ସମାଜସେବୀ ମନୋଜ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ପଟ୍ଟନାୟକ ପୂର୍ବରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଛାଇର ସୁବନ୍ଦୋବସ୍ତ କରିଛନ୍ତି। ଏହାସହ ଅନେକ ସମୟରେ ଦୁଃସାଧ୍ୟ ରୋଗରେ ପିଡିତ ଥିବା ଅନେକ ରୋଗୀଙ୍କୁ ଆର୍ଥିକ ସହଯୋଗ କରି ସେ ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟଧାରା ଯୋଗୁଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି।