ବିଶ୍ବଶାନ୍ତି ନିମନ୍ତେ ଆଧ୍ୟାତ୍ମିକ ଜଣାଣ ଆସର

ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ବିଶ୍ଵଶାନ୍ତି ନିମିତ୍ତ ଭର୍ଚୁଆଲ ମୋଡରେ ଆଧ୍ୟାତ୍ମିକ ଜଣାଣ ଆସର ଏବଂ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଓ୍ବେବିନାରରେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବପ୍ରତିଭା ଶିବାନନ୍ଦ ବାରିକ ଅତିଥିଙ୍କୁ ସ୍ଵାଗତ ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖିବାକୁ ଆମନ୍ତ୍ରଣ କରିଥିଲେ। ଏହି ଆସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଶ୍ୟାମାପ୍ରସାଦ ମିଶ୍ର ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ, ଶ୍ରୀଜଗନ୍ନାଥ ମହିମା ସଂପର୍କରେ ଆଲୋକପାତ କରିବାସହ ବିଶ୍ଵର ମଙ୍ଗଳ ପାଇଁ ବାଇଶି ପାହାଚ ଭଳି ଜଣାଣ ଗାନ କରିଥିଲେ।


ସାହିତ୍ୟିକ ତପନ କୁମାର ପଣ୍ଡା, ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଏବଂ ପରିବାରର ତପନ କୁମାର ବିଶ୍ଵାଳ ପ୍ରମୁଖ ଓଡ଼ିଶାର ଅସ୍ମିତା ପୁରୁଷଙ୍କ ସମ୍ପର୍କରେ ଆଲୋଚନା କରିବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସାହିତ୍ୟିକ କବି ବନ୍ଧୁ ପରିବାରର ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରିଥିଲେ ରଞ୍ଜନ କୁମାର ମହାନ୍ତି।ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଯୋଗଦେଇ ବିଶ୍ଵଶାନ୍ତି ପାଇଁ ଆଧ୍ୟାତ୍ମିକ ଜଣାଣ ମାଧ୍ୟମରେ ଜଗନ୍ନାଥଙ୍କୁ ଗୁହାରି ଜଣାଇଥିଲେ। ପରିବାରର ବିଶ୍ଵେଶ୍ଵର ମାଝୀଙ୍କର ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।


ଉକ୍ତ ଆସରରେ ଭଦ୍ରକରୁ ଶୁଭ୍ରାଂଶୁ ଶେଖର ମାହୁନ୍ତ, ଯୁବକବି ଶିବାନନ୍ଦ ବାରିକ, ପ୍ରଣତି ମହାପାତ୍ର, ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ଵରରୁ ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଜୁମମନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ସମର ବଲ୍ଲଭ ଭୋଇ, ଗୀତାରାଣୀ ପୁରୀ, ବାବାଜୀ ଚରଣ ଦାସ, ଅମୁଲ୍ୟ କୁମାର ନାଏକ, ରାଜେଶ୍ଵରୀ ପଣ୍ଡା, ସଂହିତା ଦାସ, ରାୟଗଡ଼ା ଜିଲ୍ଲାରୁ ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ସମ୍ବଲପୁରରୁ ପିଙ୍କୁ ରଣବିଦା, କେନ୍ଦୁଝରରୁ ଡ଼ମ୍ବରୁଧର ଦାସ, ଅନ୍ୟାନ୍ୟ ସ୍ଥାନରୁ ହରିହର ଭୁକ୍ତା, ତ୍ରିନାଥ ପଟ୍ଟନାୟକ, ମଞ୍ଜୁଶ୍ରୀ ମହାରଣା, ରଞ୍ଜନ କୁମାର ପଣ୍ଡା, କଳ୍ପଲତା ମହାରଣା, କବିତା ମଲ୍ଲିକ, ନନ୍ଦିନୀ ରାଉତ, ପ୍ରତାପ କିଶୋର ରାଉତ, ପ୍ରତିମା ପଣ୍ଡା, ଦୁର୍ଗା ମାଧବ, ରତିନାରାଯଣ ରାଉତ, ଶ୍ରୀକାନ୍ତ କୁମାର ପଣ୍ଡା, ପ୍ରମିଳା ପାଣି,ନିରୁପମା ପତି, ସାଗର କୁମାର ପରିଡ଼ା, ତପନ କୁମାର ବିଶ୍ବାଳ, ବୈଷ୍ଣବ ଭୋଇ, ପ୍ରିୟମ୍ବଦା ସାମଲ, ନଟବର ପ୍ରଧାନ, ନିରଞ୍ଜନ କରଣ, କଲ୍ୟାଣୀ ନନ୍ଦ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ବହୁ କବି କବୟତ୍ରୀ ଏହି ବିଶ୍ଵଶାନ୍ତି ଜଣାଣ ପାଠୋତ୍ସବରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ବିଶ୍ଵେଶ୍ଵର ମାଝୀ ଶାନ୍ତିପାଠ କରିଥିବାବେଳେ ରଞ୍ଜନ କୁମାର ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.