କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ପକ୍ଷରୁ ଶିକ୍ଷାବିତ ଶୁଭ୍ରାଂଶୁ ପଟ୍ଟନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ତରଫରୁ ଯୁବ ଶିକ୍ଷାବିତ ତଥା ସଫଳ ସଂଗଠକ, ବଚପନ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶୁଭ୍ରାଂଶୁ ପଟ୍ଟନାୟକଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ଚେୟାରମ୍ୟାନ ଶିବରାମ ନାୟକଙ୍କ ଭାରଚୁଆଲ ବୈଠକରେ ପ୍ରଥମେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଯୁବ କବି ଆଶୁତୋଷ ପୁରୋହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଂଘର ସମ୍ପାଦକ ଡ଼ଃ. ଜାହାଙ୍ଗିର ଖାଁ, ସଂଘର ଉପସଭାପତି ଉସୁଫ ଆବାସ, ବରିଷ୍ଠ ସଦସ୍ୟ ଇଂ. ଅଜୟ କୁମାର ପଣ୍ଡା ସମେତ ବୈଠକରେ ଜିଲ୍ଲାର ସମସ୍ତ ୧୩ଟି ବ୍ଲକର ସ୍କୁଲ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଯୋଗେ ସ୍ବର୍ଗତ ଶୁଭ୍ରାଂଶୁ ପଟ୍ଟନାୟକଙ୍କ ସ୍ମୃତିଚାରଣକରି କହିଥିଲେ ଯେ, କର୍ମ ଫଳ ବଳରେ ହିଁ ଜଣେ ବଂଚି ରହିଥାଏ, ନିଜର ବ୍ୟବହାର, ସମ୍ପର୍କ ତଥା ସମାଜକୁ ଦେଇଥିବା ଅବଦାନ ମଣିଷର ସ୍ୱତନ୍ତ୍ର ପରିଚୟ ଦେଇଥାଏ ବୋଲି ଉପସ୍ଥିତ ସମସ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ଶିକ୍ଷାବିତ ବିରଞ୍ଚି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.