ଭୁବନେଶ୍ୱର: ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଲକଡାଉନ ଅବଧି। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ଲକଡାଉନର ଅବଧି ସରିବାକୁଥିଲା କିନ୍ତୁ ଏହା ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବର୍ଦ୍ଧିତ ଲକଡାଉନ ସମୟରେ ପୂର୍ବର କେତେକ ନିୟମର ମଧ୍ୟ ପରିବର୍ତ୍ତନ ହୋଇଛି। ପନିପରିବା କିଣିବା ସମୟ କମିଥିବାବେଳେ ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟ ପାଇଁ କଟକଣାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ବାହାଘରରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ ବୋଲି ଗତଥର କୁହାଯାଇଥିବା ବେଳେ ଏଥର ୫୦ ବଦଳରେ ୨୫ ଜଣ ରହିପାରିବେ। ଏହି ୨୫ଜଣ ମଧ୍ୟରେ ବର, କନ୍ୟା, ପୂଜକ, ବାଜାବାଲା ଓ ସଂପର୍କିୟ ରହିବେ। ତେବେ ପୂର୍ବବତ ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିପାରିବେ।





