ଖକ୍ସି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ ଗାଡି, ୪ ଆହତ

ଲାଞ୍ଜିଗଡ଼: ମୂଷାନାଳଠାରୁ ଭବାନୀପାଟଣା ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତାର ଖକ୍ସି ଘାଟିରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ(ଓଡ଼ି-୦୮ଏ-୪୪୩୫) ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାଜୁ ମିଳିଛି। ଯାତ୍ରୀମାନଙ୍କ ମଧ୍ୟରୁ ତିନିଜଣ ଆହତ ଥିବା ବେଳେ ଗାଡି ଡ୍ରାଇଭର ମଧ୍ୟ ଆହତ ଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ସକାଳେ ଏହି ଟାଟା ମ୍ୟାଜିକ ଗାଡ଼ି ଭବାନୀପାଟଣା ଠାରୁ କିଛି ଯାତ୍ରୀଙ୍କୁ ଧରି ମୂଷାନାଳ ଅଭିମୁଖେ ଯାଉଥିବା ବେଳେ ଖକ୍ସି ଘାଟି ଉଠାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପରେ ନିକଟସ୍ଥ ଖକ୍ସି ଗାଁର ଲୋକେ ଆସି ଓଲଟି ଥିବା ଗାଡିଟିରୁ ବସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.