ନିଜ ଓ୍ବକାତରୁ ତଳକୁ ଓହ୍ଲାଇ ଆସିଲା ଡୁଲେ ରକର: ଅଶ୍ଲିଳ ରାପ୍ ଗୀତ ଗାଇ ବିବାଦରେ

କଳାହାଣ୍ଡି: ଦିନ ଥିଲା ଡୁଲେ ରକରର ନାଁ ସୁଣିଲେ ଯୁବାବର୍ଗ ଉଲ୍ଲଶିତ ହୋଇ ଉଠୁଥିଲେ। ନିଜର ମନମତାଣିଆ ରାପ୍ ବଳରେ କଳାହାଣ୍ଡି ଜିଲ୍ଲା ବୋର୍ଡା ଗାଁର ଡୁଲେଶ୍ବର ତାଣ୍ଡି ରାତାରାତି ପାଳଟି ଯାଇଥିଲା ବିଖ୍ୟାତ ଗାୟକ ଡୁଲେ ରାପର। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସଂଗୀତ ନିର୍ଦ୍ଦେଶକ ବିଶାଲ ଡଡଲାନି, ସାମ୍ବାଦିକା ବରଖା ଦତ୍ତ ଓ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ଭଳି ଲୋକ ରାପ୍ପର ଡୁଲେ ରକରର ପ୍ରତିଭା ଦେଖି ଚମତ୍କୃତ ହୋଇପଡିଥିଲେ। ଡୁଲେଶ୍ୱର ତାଣ୍ଡି ଓରଫ୍ ଡୁଲେ ରକରର ଭିଡିଓ ପ୍ରଥମକରି ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହେଲା। ତାହା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଖପର ଘରର ଗରିବ ପିଲା ରାପର ଡୁଲେକୁ ଓଲିଉଡ ଗାୟକ ହ୍ୟୁମାନ ସାଗର ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏବେ କିନ୍ତୁ କଳାହାଣ୍ଡି ଜନତା ଡୁଲେ ରକରର ନାଁ ପଡିଲେ ଛେପ ପକାଉଛନ୍ତି। ତାକୁ ଛି ଛାକର ଓ ଧିକ୍କାର କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ହୋଇଛି। କାରଣ ଜାଣିଲେ ଆପଣବି ତାକୁ ଘୃଣା କରିବାକୁ ବାଧ୍ୟ ହେବେ। କଥା ହେଉଛି ଡୁଲେ ରକର ମେ’ ୧୯ ତାରିଖ ଦିନ ନିଜ ୟୁଟୁବ ଚେନାଲରେ ୧ମିନିଟ ୧୧ସେକେଣ୍ଡର ଏକ ଭିଡିଓ ଅପଲୋଡ଼ କରିଥିଲା। ଏହା ଅତି ଅଶ୍ଲିଳ ଓ କଦର୍ଯ୍ୟ ଭାଷା ଥିଲା। ଏହି ଭିଡିଓରେ ଡୁଲେ ନାରୀଙ୍କ ମର୍ଯ୍ୟାଦା ହାନୀ ହେବା ପରି ଗୀତ ଗାଇଛି। ସେ ସିଧା ନାରୀର ଗୁପ୍ତାଙ୍ଗକୁ ନେଇ ରମଣ କରିବା କଥାକୁ ସଂଗୀତର ରୂପ ଦେଇ ରାପ୍ ଶୈଳୀରେ ଗାନ କରିଛି। ଏହା ଏତେ ଶୃତିକଟୁ ଓ ଅଶ୍ଲିଳତା ପୂର୍ଣ୍ଣ ଯେ ବିନା ହେଡ୍ ଫୋନରେ ଶୁଣି ହେଉନାହିଁ। ଏହି ଗୀତରେ କଳାହାଣ୍ଡିଆ ଶବ୍ଦର ବ୍ୟବହାର ହୋଇଛି। ଏହା କଳାହାଣ୍ଡି ମାଁ ମାଟି ଓ ନାରୀଜାତି ପ୍ରତି ଘୋର ଅପମାନ ବୋଲି ଜିଲ୍ଲାର ଅନେକ ସଚେତନ ନାଗରିକ ବିରୋଧ କରିବାପରେ ଡୁଲେ ରକର ତା’ର ୟୁଟୁବରୁ ଏହି ଗୀତକୁ ହଟେଇ ଦେଇଛି।

Udyog Nursery
Udyogi Nursery

ଅନ୍ୟପକ୍ଷରେ କଳାହାଣ୍ଡି ପରି ଏକ ସଂସ୍କୃତି ସଂପନ୍ନ ମାଟି ଓ ନାରୀ ଜାତିକୁ ନ୍ୟୁନ କରିଥିବାରୁ ଡୁଲେ ରାପରକୁ ବୟକଟ କରିବାକୁ ନିବେଦନ କରିଛନ୍ତି କଳାକାର ଚନ୍ଦ୍ରଶେଖର ସାହୁ। ଯୁବ ସାମ୍ବାଦିକ ଭରତ ବିଶି ଓ ଜଗଦୀଶ ନାଏକ ଡୁଲେ ରକରର ଏହି ଅଶ୍ଲିଳ ଭିଡିଓ ଉପରେ କଡା ଟିପ୍ପଣୀ ଦେଇ ନିଜ ଓ୍ବକାତରୁ ତଳକୁ ଓହ୍ଲେଇ ଆସିଲା ବୋଲି ମତବ୍ୟକ୍ତ କରିଛନ୍ତି। ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ କହିଛନ୍ତି ଯେ, ନିଜ ସଂସ୍କୃତି ପରମ୍ପରା ବିଷୟରେ ଜ୍ଞାନ ନଥିଲେ କିଏ କେବେବି ଏକ ଉତ୍ତମ କଳାକାର ହୋଇ ପାରିବ ନାହିଁ। ଡୁଲେ କଳାହାଣ୍ଡିର ସ୍ବାଭିମାନକୁ ପଦାଘାତ କରିଛି ବୋଲି ଶ୍ରୀଯୁକ୍ତ ଧଙ୍ଗଡାମାଝୀ କହିଛନ୍ତି। ସମାଜସେବୀ ଯଶୋବନ୍ତ ରଣା ଡୁଲେ ରକରର ଅଶ୍ଲିଳ ଭିଡିଓକୁ ନେଇ କଡା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଡୁଲେ ଯେଉଁ ଗୀତ ଗାଇଛି ତାହା ତା’ର ମାଁ ଶୁଣି ପାରିବେ ତ? ଏହାସହ ସାମ୍ବାଦିକା ସଂଯୁକ୍ତା ପୁରୋହିତ, ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି, ବୁଦ୍ଧେଶ୍ବର ଚୈ।ଧୁରୀ, କିଶନ କୁମାର ପଟ୍ଟନାୟକ, ଦୁଃଖିଶ୍ୟାମ ନାଗ, ସୁବ୍ରତ କୁମାର ସାହୁ, ଗୋକୁଳ ସାହୁ, ବାଲକୁମାର ସାହୁ, ସମାଜସେବୀ ଜଗନ୍ନାଥ ଚୈ।ଧୁରୀ, ସୁବାଷ ଯଦୁବଂଶୀ, ଭୁପେଶ କୁମାର ତିଓ୍ବାରୀ, ଦୂର୍ଯ୍ୟୋଧନ ଚଣ୍ଡି, ସରୋଜ ପଧାନ, ରିତେଶ ମେହେର, ଜଗନ୍ନାଥ ଶବର, ହୃଦାନନ୍ଦ ଦାସ, ତ୍ରିଲୋକନାଥ ସିଂ, ଧର୍ମେନ ଦାସ, ସାଗର ସାହୁ, ସନ୍ଦିପ ଶର୍ମା, ମିଲନ କୁମାର ସାହୁ, ମିଳନ କୁମାର ଭୋଇ, କଳାକାର ମାନି ଗଉଡ, ସମାଜସେବୀ ଭବାନୀ ସାହୁ, ଆଇନଜୀବୀ ତଥା ଦେବଗିରୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ କଳାହାଣ୍ଡି ଜିଲ୍ଲାର ଅନେକ ସଚେତନ ନାଗରିକ ଡୁଲେ ରକରର ଏହି ଅଶ୍ଲିଳ ରାପ୍ ସଂଗୀତକୁ ବିରୋଧ କରି ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋର୍ଡା ଗ୍ରାମର ଡୁଲେଶ୍ବର ତାଣ୍ଡି ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଓ ପରେ ଉଚ୍ଚ ବିଦ୍ୟାଳୟରେ ୨୦୦୮ରେ ଶିକ୍ଷା ସମାପ୍ତ କରି ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ ସମାପ୍ତ କରିଥିଲା। ସେ ଜଣେ ଗରିବ ଘରର ପିଲା। ସେହି ସମୟରେ ତା ମା’ଙ୍କ ଦେହ ଖରାପ ହେବା ଯୋଗୁଁ ଅର୍ଥ ଯୋଗାଡ କରିବା ପାଇଁ ରାୟପୁରକୁ ଯାଇ ସେଠାରେ ଏକ ହୋଟେଲରେ କାମ କଲା ଡୁଲେ। ୨୦୧୬ରେ ତା ବାପାଙ୍କ ଦେହାନ୍ତ ହେବାପରେ ସେ ଘରକୁ ଆସି ନିଜ ବିଧବା ମା’ଙ୍କ ସହ ଅଭାବ ଅସୁବିଧାରେ ଚଳୁଥିଲା। ତେବେ ନିଜ ପ୍ରତିଭା ତାକୁ ନୂଆ ପରିଚୟ ଦେଇଥିଲା। ରାପ୍ ଗାଇବା ଯୋଗୁଁ ଡୁଲେଶ୍ବର ତାଣ୍ଡି କମ୍ ଦିନ ମଧ୍ୟରେ ସାରା ଦେଶରେ ‘ରାପର୍ ଡୁଲେ ରକର୍’ ପାଲଟି ଯାଇଥିଲା। ତେବେ ବର୍ତ୍ତମାନ ଶସ୍ତା ଅଶ୍ଲିଳ ରାପ୍ ସଙ୍ଗ୍ ଗାଇ କଳାହାଣ୍ଡିର ଜନତାଙ୍କ ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି, ଯାହା କ୍ଷମାଯୋଗ୍ୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାର ଅନେକ ଅନୁଷ୍ଠାନ ଡୁଲେଶ୍ବର ତାଣ୍ଡି ଓରଫ୍ ଡୁଲେ ରକରର ବିରୁଦ୍ଧରେ ଥାନାମାନଙ୍କରେ ଏତଲା ଦେବାକୁ ସଜ ହେଉଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.