କୋଶଳସେନା କଳାହାଣ୍ଡି ପକ୍ଷରୁ ଡୁଲେ ରକର ବିରୁଦ୍ଧରେ ଥାନାରେ ଏତଲା

କଳାହାଣ୍ଡି: ଡୋଳେଶ୍ବର ତାଣ୍ଡି ଓରଫ ଡୁଲେ ରକର। ଦିନେ ଶ୍ରମିକ ମାନଙ୍କ ଦୁଃଖକୁ ରେପ୍ ଗୀତ ମାଧ୍ୟମରେ ଗାଇ ବେଶ୍ ଚର୍ଚ୍ଚାରେ ଥିଲେ। ଓଳିଉଡର ଅନେକ ବଡ ବଡ କଲାକାରଙ୍କ ଠାରୁ ପ୍ରଶଂସା ସାଉଁଟି ଥିଲେ। ତେବେ ଗତ ବୁଧବାର (ସେ ୧୯) ରାତିରେ ନିଜ ୟୁଟ୍ୟୁବ ଚେନାଲରେ ଏକ ଅଶୋଭନୀୟ ରାପ୍ ଗୀତ ରିଲିଜ କରିଥିଲେ।

ଯେଉଁ ଗୀତ ନାରୀ ସମାଜ ଓ କଲାହାଣ୍ଡିର ସ୍ବାଭିମାନକୁ ଗଭୀର ଭାବରେ ଆଘାତ ଦେଇଛି। ଗୁରୁବାର ଦିନ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। କିଏ ରାନୁ ମଣ୍ଡଲ ୨ କହୁଥିବା ବେଳେ, କିଏ ଘୁଷୁରୀ ପଙ୍କରେ ଶୋଇବା କେବେ ଛାଡିବକି ବୋଲି ଆକ୍ଷେପ କରିଛନ୍ତି। ଏହାକୁ ନେଇ କଳାହାଣ୍ଡିର ବିଭିନ୍ନ ମହଲରେ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆଜି (ଶୁକ୍ରବାର) କୋଶଳସେନା କଲାହାଣ୍ଡି ପକ୍ଷରୁ ଭାରତ ବିଷି, କିଶନ ପଟ୍ଟନାୟକ, ଦେବେନ୍ଦ୍ର ମାଝୀ, ମହେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ରହି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଭେଟି ଡୁଲେ ରକର ବିରୁଦ୍ଧରେ ଲିଖିତ ଅଭିଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.