କଟକ: ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ। ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଜନସାଧରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଅଗ୍ରଣୀ ସଛାସେବୀ ଅନୁଷ୍ଠାନ ଫୋରମ ଫର ପ୍ରେବେନସନ ଅଫ ରୋଡ ଆସିଚିଡେଣ୍ଟସ ତରଫରୁ ଦ୍ରୁତଗତି ନିୟନ୍ତ୍ରଣ ବିଷୟରେ ଏକ ଓ୍ବବିନାର ଆୟୋଜନ କରାଯାଇଥିଲା। ଏହାକୁ ସଂଚାଳନ କରିଥିଲେ ଫୋରମର ସମ୍ପାଦିକା ଲିପ୍ସା ମହାପାତ୍ର। ମିଳିତ ଜାତିସଂଘର ବିଶ୍ୱ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏହି କାର୍ଯକ୍ରମେ ଆୟୋଜନ କରାଯଇଥିଲା। ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼ଃ. ଏ. ମୋହନ ରାଓ, ରାଜସ୍ଥାନ ଭୀଲବାଡା ଜିଲାର ପରିବହନ ଅଧିକାରୀ ଡ଼ଃ. ବୀରେନ୍ଦେର ସିଂ ରାଥୋଡ, ଭାରତ ସରକାରଙ୍କ ପରିବହନ ଓ ଜଟିଆ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ଇଂ. ଧର୍ମାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ଗାଡ଼ିମାନଙ୍କର ବେଗ ନିୟନ୍ତ୍ରଣ କରିବାର ଉପାୟ ଉପରେ ଆଲୋଚନା କରିଥିଲେ।
ରାସ୍ତା ଦ୍ରୁତ ଗତି କାରଣରୁ ମୃତ୍ୟୁର ଜନ୍ତାରେ ପରିଣତ ହେଉଛି। ୨୦୧୯ ମସିହାରେ ଓଡିଶାରେ ସମୁଦାୟ ୧୧,୦୬୪ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୧,୧୭୭ ଲୋକ ଆହତ ହୋଇଥିଲେ ଏବଂ ୫,୩୩୩ ଲୋକ ପ୍ରାଣ ହରାଇଥିଲେ। ଏହି ସଡ଼କ-ଦୁର୍ଘଟଣା ମଧ୍ୟରୁ ଯାନବାହାନର ଦ୍ରୁତ ଗତିରେ ପ୍ରାୟ ୬୯% ଲୋକ ପ୍ରାଣ ହରାଇଛନ୍ତି। ଯଦି ଆମେ ଭୁବନେଶ୍ୱର-କଟକ ଯୁଗ୍ମ ସହରର ଉଦାହରଣ ନେବା, ସର୍ବାଧିକ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଲା ଦ୍ରୁତ ଗତି। ୨୦୧୯ ମସିହାରେ ଭୁବନେଶ୍ୱର-କଟକ ସହରରେ ୧,୦୫୧ ସଡ଼କ ଦୁର୍ଘଟଣାରେ ପ୍ରାୟ ୩୩୭ ଜଣ ପ୍ରାଣ ହରାଇଛନ୍ତି। ଦ୍ରୁତ ଗତି କାରଣରୁ ଏହି ସହର ଦୁଇଟିରେ ୫୨% ସଡ଼କ ଦୁର୍ଘଟଣା ଘଟିଛି। ଫୋରମର ସମ୍ପାଦିକା ଲିପ୍ସା ମହାପାତ୍ର କହିଥିଲେ ଯେ, ସହରରେ ଚଳାଚଳ କରୁଥିବା ଯାନବାହାନ ଗୁଡିକର ଗତି ସୀମା ଘଂଟାପ୍ରତି ୩୦ କିଲୋମେଟର ହେଲେ ଆମେ ଅନେକ ପରିମାଣରେ ଦୁର୍ଘଟଣାକୁ କମାଇପାରିବା। ଏହି କାର୍ଯକ୍ରମରେ ପୋଲିସ ଓ ପରିବହନ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମ୍ବାଦିକ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀ, ସହରମାନଙ୍କର ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ। ଧନ୍ୟବାଦ ଦେଇଥିଲେ ଫୋରୁମର ଉପଦେଷ୍ଟା ବିକାଶ ମହାପାତ୍ର।