ବୋରପଦର ପଞ୍ଚାୟତରର ଦୁଇଟି ଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତର ଖଲିଆପାଲି ଓ ଭଟାପଳା ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ମାଧବ ସାହୁ। କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ମେ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଗ୍ରାମ ସମ୍ପୂର୍ଣ ସଟଡାଉନରେ ରହିବ।ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରହିବ। ଏଥି ସହିତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.