ରାଷ୍ଟ୍ରାଦୀପ ଇ- କବିତା ଆସର

ଭବାନୀପାଟଣା: ରାଷ୍ଟ୍ରଦୀପ ସାପ୍ତାହିକ ପତ୍ରିକା ପକ୍ଷରୁ ‘ରାଷ୍ଟ୍ରଦୀପ ଇ-କବିତା ଆସର’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ପ୍ରଫେସର ଶୁଭେନ୍ଦୁ କୁମାର ମୁଣ୍ଡଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ସରସ୍ବତୀ ବନ୍ଦନା ପରେ ଆୟୋଜକ ରାଷ୍ଟ୍ରଦୀପ ଜିଲ୍ଲା କାର୍ଯ୍ୟକର୍ତ୍ତା ମନୋଜ କୁମାର ନାୟକ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବିଶିଷ୍ଟ କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ବୁର୍ଲା, ଭିମସାରରୁ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ବିଜୟ କୁମାର ମାଳି ଯୋଗ ଦେଇ ଉପସ୍ଥିତ ସାରସ୍ୱତ ସାଧକମାନଙ୍କୁ ଉତ୍ସାହିତ କରିବା ସହିତ ଦୁଇଟି ସ୍ୱରଚିତ କବିତା ଆବୃତ୍ତି ସହିତ କରୋନାରୁ ରକ୍ଷା ପାଇବା ପାଇଁ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

କବି ଜଗଦୀଶ୍ୱର ମୁଣ୍ଡ, ଭୁବନେଶ୍ୱର ପୁରୋହିତ, ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, ଶିବପ୍ରିୟା ମିଶ୍ର, ସଂଯୁକ୍ତା ପରିଛା, ଜ୍ୟୋତିରାଣୀ ମିଶ୍ର, ପ୍ରମୋଦ ଠାକୁର, ଗୋପାଳ ପଣ୍ଡା, ସଂଜୀବ ପଣ୍ଡା, ସୁରଚି ମିଶ୍ର, ସବିତା ଭୋଇ, ତନୁଜା ପତି, ଦୀପ୍ତି ମୁଣ୍ଡ, ଅଶ୍ୱିନ ପଣ୍ଡା, ସାଗର ବୈଠାରୁ, ଅଚ୍ୟୁତାନନ୍ଦ ଉଦ୍ଗାତା, ତରଙ୍ଗ ଚଣ୍ଡି, ରାହୁଲ ତାଣ୍ଡି, ରସେନ୍ଦ୍ର ତଣ୍ଡି, ହେମନ୍ତ ମୁଣ୍ଡ, ମମତାଞ୍ଜଳି ପଣ୍ଡା, କବିତାଞ୍ଜଳି ପଣ୍ଡା, ସଂଯୁକ୍ତା ପାଣିଗ୍ରାହୀ ଆଦି ୩୦ରୁ ଉର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଅଧ୍ୟକ୍ଷା ରାଷ୍ଟ୍ରଦୀପର ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଯୋଗ ଦେଇ ସାରସ୍ୱତ ସାଧକଙ୍କୁ କରୋନା କାଳରେ ସାହିତ୍ୟ ସୃଷ୍ଟି ସହିତ ସମୟର ସୁବିନିଯୋଗ କରୁଥିବାରୁ ଧନ୍ୟବାଦ ଦେବା ସହ ଏହି ଘଡିସନ୍ଧି ମୁହୂର୍ତ୍ତରେ ସତର୍କତା, ସଚେତନତା ସହିତ ସମ୍ବେଦନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.