କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ବିଶ୍ବ ପରିବେଶ ଦିବସ

କଳାହାଣ୍ଡି: ବିଶ୍ବ ପରିବେଶ ଦିବସକୁ ନିଆରା ଢ଼ଙ୍ଗରେ ପାଳନ କରିଛି କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି। ଏହି ଅବସରରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ଛାତ୍ର ନେତାମାନେ ସଂକଳ୍ପ ନେବାସହ ସବୁଜ କଳାହାଣ୍ଡି ଗଠନ ପାଇଁ ପ୍ରେରଣା ଦେଉଥବା କିଛି ପ୍ରକୃତି ପ୍ରେମୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଓଡିଶା-ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆମ୍ବ, ବଉଳ, ଜାମୁ, ଅଶୋକ, ପଣସ, ସପେଟା, ଲିଚୁ ପ୍ରଭୃତି ବୃକ୍ଷର ଚାରା ଉପହାର ଦେଇଥିଲେ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରୋମାଞ୍ଚଳ ମେହେର, ଭବାନୀପାଟଣା ଟାଉନ ଉପ ସଭାପତି ବିକାଶ ମୁଣ୍ଡ, ଜିଲ୍ଲା ଛାତ୍ର ମିଡିଆ ସେଲ ସଂଜୋଜକ ଭୋଳାଶଙ୍କର ପାତ୍ର ପ୍ରମୁଖ ସାମିଲ ହୋଇ ପ୍ରାୟ ୫୦ଟି ଗଛ ଭବାନୀପାଟଣା ସହରର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.