ଏସୟୁଜେ ରାୟଗଡ ଜିଲ୍ଳା ଶାଖା ତରଫରୁ ବୃକ୍ଷରୋପଣ

●’ପରିବେଶର ଯତ୍ନ ଓ ସୁରକ୍ଷାକୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ’

ରାୟଗଡ, (ଶିବ ନାରାୟଣ ଗୈାଡ): ବିଶ୍ୱ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ରାଜ୍ୟ ସାମ୍ବାଦିକ ୟୁନିଅନ୍‌, ଓଡିଶା (ଏସୟୁଜେ(ଓ) ରାୟଗଡ ଜିଲ୍ଳା ଶାଖା ତରଫରୁ ସ୍ଥାନୀୟ ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏସୟୁଜେ ରାୟଗଡ ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ପରିବେଶର ଯତ୍ନ ଓ ସୁରକ୍ଷାକୁ ସମସ୍ତ ନାଗରିକମାନେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

Udyog Nursery
Udyogi Nursery


ସେହିପରି ଅନ୍ୟ ଅତିଥିଙ୍କ ମଧ୍ୟରେ ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ,ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁ,ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ପ୍ରୋଗ୍ରାମ୍ ଅଫିସର କିରଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରି ସଂଘ ପକ୍ଷରୁ ପରିବେଶର ସୁରକ୍ଷା ନିମନ୍ତେ କରାଯାଇଥିବା ବୃକ୍ଷରେପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାଂଚନ, ବାଦାମ, ଅଁଳା, ନୀମ ସମେତ ଅନ୍ୟ ପ୍ରଜାତିର ଚାରା ରୋପଣ କରାଯାଇଥିଲା ।


ସଂଘର ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ସହଦେବ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ, ସଭ୍ୟ ମୃତ୍ୟୁଂଜୟ ନନ୍ଦ, ଉଦୟ କିରଣ, ଲୋକନାଥ ପାଲ୍‌, କମଳଲୋଚନ, ଭାଗ୍ୟଶ୍ରୀ ମିଶ୍ର, ଗୋପିନାଥ ଗୈାଡ, ଉମାଶଙ୍କର ପାଢୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆସନ୍ତା ଜୁଲାଇ ମାସରେ ସଂଘ ପକ୍ଷରୁ ୧୦୦ଟି ଚାରାରୋପଣ କରାଯିବା ନିମନ୍ତେ ବିଶ୍ୱ ପରିବେଶ ସୁରକ୍ଷା ଦିବସରେ ସ୍ଥିର କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.