କଟକ: ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ଆନୁକୂଲ୍ୟରେ କରୋନା ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇଆଇଏମଏସର ଗବେଷକ ଓଡ଼ିଶା ଏନଏଚଏମ ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ପ୍ରିୟବ୍ରତ କାଳିକିଙ୍କର ଓଝାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ କରୋନା ରୋଗର ଲକ୍ଷଣ, ସୁରକ୍ଷିତ ରହିବାର ନିୟମାବଳୀ, ଉପଯୁକ୍ତ ଖାଦ୍ୟପେୟ, ସତର୍କତା, ବ୍ୟାୟାମ, କରାଣୀୟ ଅକରଣୀୟ, କରୋନା ସଚେତନତା, କରୋନା ସମୟରେ ରୋଗୀ ସେବା ଆଦି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ କାର୍ଯ୍ୟକର୍ତା ଅଶୋକ ସାହୁ, ଦେବୀ ପ୍ରସାଦ ପତି, ସଂଜୟ ସାହୁ, ଅକ୍ଷୟ ଦାସ, ସଂଜୟ ସେଠୀ, ଅଭିରାମ ଦଳେଇ, ପର୍ଶୁରାମ ବେହେରା, ଶମ୍ଭୁ ବୌଠାଳୁ, ମାନଗୋବିନ୍ଦ ପଣ୍ଡା, ସୁରେଶ ବେହେରା, ଅସିମ ଦାସ, ବିରଜା ଭୁଷଣ ପତି, ଅନିଲ ମହାପାତ୍ର, ବିଜୟ ସ୍ୱାଇଁ, ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।