ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର

ବାଲେଶ୍ଵର: ଐତିହ୍ୟ ସଂସ୍କୃତି ସମ୍ପନ୍ନ ରଜ ପର୍ବର ଭର୍ଚୁଆଲ ଆସର ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଐତିହ୍ୟ ସଂସ୍କୃତି ସମ୍ପନ୍ନ ଗଣପର୍ବ ‘ରଜ’କୁ ନେଇ ସଞ୍ଜୟ କୁମାର ସାହୁଙ୍କ ସଞ୍ଚାଳନରେ ଆୟୋଜିତ ହୋଇଥିବା ଉକ୍ତ ଆସରରେ ବିଭିନ୍ନ ପୌରାଣିକ କାହାଣୀ, କିମ୍ବଦନ୍ତୀକୁ ନେଇ ଏହି ପାଳନର ଯଥାର୍ଥତା ଉପରେ ଆଲୋକପାତ କରାଯାଇଥିଲା। ସର୍ବ ପ୍ରଥମେ ଜୁମରନାଥ ପାତ୍ରଙ୍କର ଓମକାର ଧ୍ଵନି ପରେ ଉକ୍ତ ଓ୍ଵେବିନାରରେ ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ନନ୍ଦିନୀ ରାଉତଙ୍କର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିବା ପରେ ବିଶ୍ଵେଶ୍ଵର ମାଝୀ ଅତିଥିଙ୍କୁ ସ୍ଵାଗତ ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖିବାକୁ ଆମନ୍ତ୍ରଣ କରିଥିଲେ। ଏହି ଅବସରର ମୁଖ୍ୟ ଅତିଥି ପ୍ରଫୁଲ୍ଲ କୁମାର ଦାସ ସାହିତ୍ୟିକ କବି ବନ୍ଧୁ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ, ଆଗାମୀ କାର୍ଯ୍ୟକ୍ରମର ସଫଳତା ବିଷୟରେ ଆଲୋକପାତ କରି ସାହିତ୍ୟ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ଏହି ଅନୁଷ୍ଠାନ ହାସଲ କରିପାରିଛି ବୋଲି ପ୍ରକାଶ କରିଥିଲେ। ସାରସ୍ୱତ ପ୍ରେମୀ ତଥା ସୁସାହିତ୍ୟିକ ତପନ କୁମାର ପଣ୍ଡା, ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଏବଂ ପରିବାରର ବଡ଼ଭାଇ ବିଶ୍ଵେଶ୍ଵର ମାଝୀ ତାଙ୍କର ଦୀକ୍ଷାନ୍ତ ଭାଷଣରେ ଓଡ଼ିଶାର ଅସ୍ମିତା ପୁରୁଷଙ୍କ ସମ୍ପର୍କରେ ଆଲୋଚନା କରିବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରି ଥିଲେ ରୀତା ଅପରାଜିତା ମହାନ୍ତି। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ରଜପର୍ବର ଚମତ୍କାର ସୃଷ୍ଟି ସୁଲଳିତ କଣ୍ଠରେ ଗାନ କରିଥିଲେ। ବିଶ୍ଵେଶ୍ଵର ମାଝୀଙ୍କର ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

ଉକ୍ତ ଆସରରେ କେନ୍ଦୁଝର ଜିଲ୍ଲାର ରତି ନାରାୟଣ ରାଉତ, ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର, ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ନଟବର ପ୍ରଧାନ, ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ଵରରୁ ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଜୁମମନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ସମର ବଲ୍ଲଭ ଭୋଇ, ଗୀତାରାଣୀ ପୁରୀ, ବାବାଜୀ ଚରଣ ଦାସ, ଅମୁଲ୍ୟ କୁମାର ନାଏକ, ରାଜେଶ୍ଵରୀ ପଣ୍ଡା, ସଂହିତା ଦାସ, ରାୟଗଡ଼ା ଜିଲ୍ଲାର ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ସମ୍ବଲପୁରରୁ ପିଙ୍କୁ ରଣବିଦା, କେନ୍ଦୁଝରରୁ ଡ଼ମ୍ବରୁଧର ଦାସ, ଅନ୍ୟାନ୍ୟ ସ୍ଥାନରୁ ରଞ୍ଜନ କୁମାର ପଣ୍ଡା, କବିତା ମଲ୍ଲିକ, ନନ୍ଦିନୀ ରାଉତ, ପ୍ରତାପ କିଶୋର ରାଉତ, ପ୍ରତିମା ପଣ୍ଡା, ଦୁର୍ଗା ମାଧବ, ରତି ନାରାୟଣ ରାଉତ, ଶ୍ରୀକାନ୍ତ କୁମାର ପଣ୍ଡା, ପ୍ରମିଳା ପାଣି, ନିରୁପମା ପତି,ସସାଗର କୁମାର ପରିଡ଼ା, ଅମୂଲ୍ୟ କୁମାର ନାୟକ, ରଞ୍ଜନ କୁମାର ନାୟକ, ନଗେନ୍ଦ୍ର କୁମାର ରାଉତ, ତପନ କୁମାର ବିଶ୍ବାଳ, ଜନ ରଞ୍ଜନ ନାୟକ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ବହୁ କବି କବୟତ୍ରୀ ଏହି ଆସରରେ ଅଂଶ ଗ୍ରହଣ କରିଥିଲେ। ସ୍ନିଗ୍ଧା ସାମନ୍ତରାୟଙ୍କ ଧନ୍ୟବାଦ ତଥା ଗୀତାରାଣୀ ପୁରୁଙ୍କ ଶାନ୍ତିପାଠ ସହ ଆଲୋଚନା ଚକ୍ର ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.