ଭାରସାମ୍ୟ ହରାଇ ଗଛରେ ପିଟିହେଲା ବେଦାନ୍ତ ଗାଡି

କେସିଙ୍ଗା, (ବର୍ଦ୍ଧମାନ ଜୈନ): ଭବାନୀପାଟଣା ପଟରୁ ଆସୁଥିବା ଏକ ବେଦାନ୍ତ ଗାଡି (ଓଡି ୧୫କେ ୫୨୨୨) ଭାରସାମ୍ୟ ହରାଇ କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତର କୋକୋମୁଣ୍ଡା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତିରେ ଆସୁଥିବା ସମୟରେ ଏହି ଗାଡି କୋକୋମୁଣ୍ଡା ଗାଁର ଏକ ତାଲ ଗଛରେ ପିଟି ହୋଇ ଏନ୍ଏଚ୍ ଉପରେ ହିଁ ରହିଯାଇଥିଲା। ଖବର ପାଇ ଉତ୍କେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏଥିରେ ଡ୍ରାଇଭର ଜଣକର କିଛି କ୍ଷତି ହୋଇନଥିବା ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.