ରାଜସ୍ବ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ନେଇ ଦାବୀ

● ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜିଲ୍ଲା ଅମଲା ସଂଘର ଦାବୀପତ୍ର

ନୂଆପଡା: ପ୍ରଦେଶ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ଅମଲା ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲପାଳ ମହୋଦୟାଙ୍କ ଅନୁପସ୍ଥିତିରେ ଏ.ଡି.ଏମ. ଅଗସ୍ତି ପ୍ରଧାନ ଏହି ଦାବିପତ୍ରକୁ ଗ୍ରହଣ କରିଥିଲେ। ରାଜସ୍ବ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣାକୁ ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ଯୁଦ୍ଧ କାଳରେ ଲକଡାଉନ ଓ ସଟଡାଉନ ଚାଲିଥିବା ସମୟରେ ରାଜସ୍ବ ଅମଲା ମାନେ ଉଭୟ ପ୍ରତକ୍ଷ୍ୟ ଓ ପରୋକ୍ଷ ରୂପେ ନିଜର ସେବା ନିରନ୍ତର ଭାବେ ଯୋଗାଇଆସିଛନ୍ତି। ରାଜ୍ୟରେ ସମସ୍ତ ଅଫିସ ପାଇଁ କର୍ମଚାରୀଙ୍କ ଉପସ୍ଥାନ ନେଇ ମାର୍ଗଦର୍ଶିକା ଥିବା ବେଳେ ଏହି ନିୟମ ରାଜସ୍ବ ଅମଲା ମାନଙ୍କ ପାଇଁ ପ୍ରଯୁଜ୍ୟ ନ ଥିଲା। ବିଭିନ୍ନ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାଜ୍ୟ ସୀମା ତନଖି ଫାଟକ ଇତ୍ୟାଦିରେ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜିକରଣ ଏବଂ ଜିଲ୍ଲା ତଥା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଥିବା କୋଭିଡ କେୟାର ସେଣ୍ଟରର କଣ୍ଟ୍ରୋଲ ରୁମ ମାନଙ୍କରେ ନିସ୍ଵାର୍ଥପର ଭାବେ କାର୍ଯ୍ୟ ଯୋଗାଇଆସିଛନ୍ତି। ଯାହା ଦ୍ୱାରା ଅନେକ ଅମଲା କରୋନାରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜସ୍ବ ଅମଲାଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦିଆଯିବା ଉଚିତ ମନେହେଉଛି। ତେବେ ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ଅମଲା ସଂଘର ଜିଲ୍ଲା ଉପଦେଷ୍ଟା ଦିଲୀପ କୁମାର ପାତ୍ର, ସଭାପତି ସୁରଜିତ ସିଂ ମହାରଥା, ସମ୍ପାଦକ ମନୋଜ କୁମାର ମହାରଣା, ସମ୍ପାଦକ (ସଂଗଠକ) ମଦନ ସୁନ୍ଦର ସାହୁ, କାର୍ଯ୍ୟକାରଣୀ ସଦସ୍ୟ ରଞ୍ଜନା ଶବର, ଗୋଦାବରୀ ଦାସ, ସଞ୍ଚିତା ସାହୁ, ପ୍ରିୟ ଦର୍ଶିନୀ ସାହୁ, ନରେନ୍ଦ୍ର କୁମାର ଚନ୍ଦ୍ରକାର, ଧର୍ମରାଜ ନାୟକ, ରାଜ କିଶନ ଦୋରା, ଅଭିଷେଖ ଚୌହାନ, ତ୍ରିଲୋଚନ ପୋମାର, ଜିତେନ୍ଦ୍ର ନାୟକ, ସୁମନ୍ତ ଭୋଇ, ବସନ୍ତ ସାହୁ, ଅନିଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.