୬୪ବର୍ଷ ଧରି ଓଡ଼ିଶାରେ ନିଶା ନିବାରଣ ଆଇନ ଅକାମୀ

● ସେପ୍ଟେମ୍ବର ୧୫ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାରେ ନିଶାଦ୍ରବ୍ୟ କାରବାରକୁ ନିଷେଧ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ନିବାରଣ ଆଇନ-୧୯୫୬’ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ୬୪ବର୍ଷ ମଧ୍ୟରେ ଅନେକ ସରକାର ରାଜ୍ୟରେ ରହିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିବା ଏହି ଆଇନକୁ କାର୍ଯ୍ୟକାରୀ ନିମନ୍ତେ ଉଦ୍ୟମ କରିନାହାନ୍ତି। ଏହି ଆଇନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Omkar Vasthu
Omkar Vasthu

 

ହାଇକୋର୍ଟରେ ଗତ ୨୦୧୩ ମସିହାରେ ଆଡଭୋକେଟ୍ ଅରୁଣ କୁମାର ବୁଧିଆ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାଏର କରି ଏହି ଓଡ଼ିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ୨୦୨୧ ଏପ୍ରିଲ ୫ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଏହି ମାମଲାରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ରଖିବାପରେ ବିଫଳ ହେବାପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ . ମୁରଲୀଧର ଓ ଜଷ୍ଟିସ ଏସକେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.