ଲାଞ୍ଜିଗଡ଼ ଶିକ୍ଷା ବିଭାଗର ଭର୍ଚୁଆଲ୍ ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଏଟ୍-ସିଆରସିସି ଲିଂକେଜ୍, ଶିକ୍ଷଣ ଫଳାଫଳ, ଜାତୀୟ ଦକ୍ଷତା ସର୍ବେକ୍ଷଣ, ମୋ ସ୍କୁଲ୍, ୟୁଟ୍ୟୁବ ଶିକ୍ଷାଦାନ, ରେଡ଼ିଓ ପାଠଶାଳା, ବନମହୋତ୍ସବ ଓ ବୃକ୍ଷରୋପଣ, ବିଭିନ୍ନ ଅନୁଦାନର ସଠିକ ବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଠକରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍)ର ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ, ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ବିଶ୍ଵନାଥପୁର ସିଆରସିସି ବିଜୟ ରାୟ, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ଚମ୍ପାଦେଇପୁର ସିଆରସିସି ସୌଭାଗ୍ୟ ସାହୁ, ଲାଞ୍ଜିଗଡ଼ ରୋଡ଼ ସିଆରସିସି ପ୍ରକାଶ ଚନ୍ଦ୍ର ପଧାନ, ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବିଜେପୁର ସିଆରସିସି ଜଗଦୀଶ ପୁଟା, ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକ, ଗୋବର୍ଦ୍ଧନପୁର ଓ ଲାଞ୍ଜିଗଡ ରୋଡ଼ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.