ମ.ରାମପୁର ରେଂଜ: ୭୨ତମ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତରବନଖଣ୍ଡ ଅଧିନଓୀ ମ.ରାମପୁର ବନାଞ୍ଚଳ ତରଫରୁ ୭୨ତମ ବନମହୋତ୍ସବ ସପ୍ତାହ ଅବସରରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ମ.ରାମପୁର ଦମକଳ କେନ୍ଦ୍ରଠାରେ ଅଧିକାରୀ ଲବ ନାଏକ, ଲିଡ଼ିଙ୍ଗ ଫାୟାରମେନ ମହେଶ୍ୱର ଲାକ୍ରା ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସହଯୋଗରେ ବନମହୋତ୍ସବ ସପ୍ତାହ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିସହିତ ମ.ରାମପୁର ନିକଟସ୍ଥ ଗୌଡ଼କର୍ଲାଖୁଂଟାଠାରେ ମଧ୍ୟ ବନମହୋତ୍ସବ ସପ୍ତାହ ଏବଂ ବୃକ୍ଷରୋପଣ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବନମହୋତ୍ସବ ତଥା ବୃକ୍ଷର ଉପକାରିତ ବିଷୟରେ ବୁଝାଇବା ସହିତ ନିଜେ ନିଜେ ବୃକ୍ଷର ଯ୍‌ତ୍ନ ନେବାକୁ ଉପଦେଶ ଦିଆଯାଇଥିଲା। ସିଆରସିସି ସୁବୋଧ କୁମାର ଛତ୍ରିଆ, ସହକାରୀ ଶିକ୍ଷକ ମ୍ୟାନେଜର ସାହୁ, ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାଖୁଡ଼ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ହିଁ ଆମର ଉତ୍ତମ ବନ୍ଧୁ ଏବଂ ଆମେ ସମସ୍ତେ ବୃକ୍ଷ ରୋପଣ କରିବା ସହିତ ବନକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି କହିଥିଲେ। ଏହାପରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ମ.ରାମପୁର ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଫରେଷ୍ଟଗାର୍ଡ଼ ରାଜଲକ୍ଷ୍ମୀ ପ୍ରଧାନ, ବାଲକ୍ରିଷ୍ଣ ଜାଲ, ଗୋପୀନାଥ ନାଏକ, ଲକ୍ଷ୍ମୀ ଦୋରା, ଡ଼ିଇଓ ନୀଳମାଧବ ପଣ୍ଡା, ଆମ ଜଙ୍ଗଊ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.