କେଗାଁ ସିଆରପିଏଫ କ୍ୟାମ୍ପ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ସିଆରପିଏଫକ୍ୟାମ୍ପ ନିକଟରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସବ ଦିବସ ଭାବେ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ବନାଞ୍ଚଳ ପକ୍ଷରୁ ଆଜି ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ନିକଟରେ ରେଞ୍ଜର କେଶବ ମାଝୀଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଏଥିରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସ୍ମିତା ଆର.ଏସ. ଓ ଇନସପେକ୍ଟର ହରି ପ୍ରସାଦ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ କ୍ୟାମ୍ପର ସମସ୍ତ ସୈନିକଙ୍କ ଉପସ୍ଥିତ ଥିବା ବେଳେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଗୌରଚନ୍ଦ୍ର ପୁଟେଲ, ସୋମେଶ୍ୱର ମୁନି, ଫରେଷ୍ଟର ସିତାରାମ ଶବର, ଫରେଷ୍ଟ ଗାର୍ଡ ପ୍ରଦୀପ୍ତ କୁମାର ପୁଜାରୀଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.