ଦୁର୍ଘଟଣାରେ ୩ ଯୁବକ ମୃତ: ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲେ ସମ୍ପର୍କୀୟ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ଗାଁ ନିକଟରେ ଏକ ଦୁର୍ଘଟଣାରେ ତିନି ଜଣ ଯୁବକ ପ୍ରାଣ ହରାଇଛନ୍ତି। ଯୁବକ ମାନେ ରାସ୍ତା ଉପରେ ପଡିଥିବା ଖବର ପାଇ ସ୍ଥାନୀୟ ପୋଲିସ ଓ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନାକୁ ଯୁବକ ମାନଙ୍କୁ ପଠାଇ ଥିଲେ। ପରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମାନେ ହେଲେ ରାଜୁ ବଗର୍ତି ଚଞ୍ଚରାଭlଡି ଗ୍ରାମର ରାଜୁ ବଗର୍ତ୍ତୀ ଏବଂ ମେରିଆ ବନ୍ଦଳି ଗାଁର କିଶୋର ମାଝୀ ଓ ତାଙ୍କ ଭାଇ ସଦାନନ୍ଦ ମାଝୀ ବୋଲି ଜଣାପଡିଛି। ପରିବାର ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରୁଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ବିଭିନ୍ନ ଦିଗ ପ୍ରତି ଅନୁସନ୍ଧାନ ଜାରୀ ରଖିଛି। ସଦ୍ୟତମ ଖବର ଅନୁଯାୟୀ କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ରାସ୍ତାରୋକ ଆରମ୍ଭ ହୋଇଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.