ସିଙ୍ଗାରି ଘାଟି ମାଁ ବଞ୍ଜାରିଙ୍କ ପୀଠର ଲାଗିଥିବା ବିଭ୍ରାନ୍ତିକର ବ୍ୟାନର ହଟି ଲାଗିଲା ନୂତନ ବ୍ୟାନର

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ତଥା କଳାହାଣ୍ଡିର ଅନ୍ୟତମ ଆରାଧ୍ୟା ଦେବୀ ବଞ୍ଜାରୀଙ୍କ ପୀଠରେ କିଛି ଦିନ ତଳେ କେହିଜଣେ ଅଜଣା ଦୁର୍ବୃତ୍ତ ବିଭ୍ରାନ୍ତିକର ବ୍ୟାନର ଲଗାଇ ଚାଲି ଯାଇଥିଲା। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇ ତିବ୍ର ବିରୋଧର ସ୍ବର ପ୍ରକାଶ ପାଇଥିଲା।

ଆଜି ଥୁଆମୂଳ ରାମପୁର୍ ଯୁବ ସଂଗଠକ ମନୋରଞ୍ଜନ ନାଏକ ଓ ତାଙ୍କ ସମର୍ଥକମାନେ ବିଭ୍ରାନ୍ତିକର ବ୍ୟାନରକୁ କାଢି ନେଇଥିଲେ। ଆଜି ମାଁଙ୍କ ପୀଠରେ ପରିବର୍ତ୍ତିତ ବ୍ୟାନର ଆଣି ଲଗାଇଛନ୍ତି ଯୁବଗୋଷ୍ଠୀ।


(ବିଭ୍ରାନ୍ତିକର ବ୍ୟାନର)

କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଠାରୁ ପ୍ରାୟ ୧୯ କିଲୋମିଟର ଦୂରରେ କଲମପୁର ବ୍ଲକ ରହିଥିବା ବେଳେ ସିଙ୍ଗାରି ଘାଟି ରାସ୍ତା ଦେଇ ଯିବାକୁ ପଡିଥାଏ। ଏହି ଘାଟି ମଝିରେ ମାଁ ବଞ୍ଜାରି ଦେବୀଙ୍କୁ ଲୋକେ ପୂଜାର୍ଚ୍ଚନା କରି ଘାଟି ଅତିକ୍ରମ କରିଥାନ୍ତି। ଦେବୀଙ୍କୁ ପୂଜାର୍ଚ୍ଚନା ନକରି ଘାଟି ରାସ୍ତା ପାରହେଲେ ଅଘଟଣ ଘଟିବାର ତଥା ଅଶୁଭ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରିଥାନ୍ତି।


(ନୂତନ ବ୍ୟାନର)

ଏହି ମନ୍ଦିର ଥୁଆମୂଲ୍ ରାମପୁର ତହସିଲ ଅଧିନରେ ଆସୁଥିବାବେଳେ କେଉଁ ଏକ ଅଜଣା ବ୍ୟକ୍ତି ମନ୍ଦିର ଦେବୀଙ୍କ ନାମକୁ ପରିବର୍ତ୍ତନ କରି ‘ବନଦୂର୍ଗା’ ବୋଲି ଦର୍ଶାଇବା ସହ କଲମପୁର ବୋଲି ବ୍ୟାନର ଲଗାଇଥିଲେ। ପ୍ରକୃତରେ ଦେବୀଙ୍କ ପୀଠ ବଞ୍ଜାରୀ ଓ ସ୍ଥାନ ସିଙ୍ଗାରୀ ଘାଟି ଥୁଆମୂଳ ରାମପୁର ହୋଇଥିବାବେଳେ କେଉଁ ଉଦ୍ଦେଶ୍ୟରେ ବନଦୁର୍ଗା ଓ କଲମପୁର ଦର୍ଶାଯାଇ ବ୍ୟାନର ଲଗାଯାଇଥିଲା ତାହା ବର୍ତମାନ ସୁଦ୍ଧା ଜଣାପଡି ନାହି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.