ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ ତମ ବନ ମହୋତ୍ସବ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଛି। ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ରେଞ୍ଜ ଓ ଆମ ଜଙ୍ଗଲ ଯୋଜନା ତଥା ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ପି ଏ କେ ତ୍ରିପାଠୀ ସଭାପତିତ୍ୱ କରିଥିଲେ।


ଏଥିରେ ମଦନପୁର ବନପାଳ ଲବ ପଣ୍ଡା, ଗୟାଧର ମାଝୀ, ଆମ ଜଙ୍ଗଲ ଯୋଜନା ର ଦଳପତି ପ୍ରଦୀପ ସାହୁ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ଯୋଗ ଦେଇ ବୃକ୍ଷ ରୋପଣର ମହନୀୟତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ପରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ଗଛ ଲଗାଇଥିଲେ।


ସେହିପରି ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ପ୍ରଧାନଶିକ୍ଷକ ଗରୁଡ଼ଧ୍ଵଜ ଗହୀରଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଥିଲା। ଏଥିରେ ସହ ଶିକ୍ଷକ ପଙ୍କଜ ବାରିକ, ଅଶୋକ ତ୍ରିପାଠୀ, ନୀଳମଣି ଗହୀର, କ୍ଷୀର ସାଗର ରଣା, ସୂର୍ଯ୍ୟମଣି ରଣା, ସି ଆର ସି ସି ଦଣ୍ଡପାଣି ନାଏକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.