ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ଓ ଭାସ୍କର ଏକାଡେମୀର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କୋରାପୁଟ: କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ଏବଂ ଜନଜାତି ଉଚ୍ଚ ବିଦ୍ୟାଳୟ ପରିସରରେ ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ତଥା ଭାସ୍କର ଏକାଡେମୀ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଉତ୍ସବ ପାଳିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଏକତ୍ରିତ ହୋଇ ସ୍ଥାନୀୟ ଦେଓଘାଟି ସରକାରୀ ଅନୁସୂଚିତ ଜାତି ଏବଂ ଜନଜାତି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିକୃଷ୍ଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବନ ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରକାରର ପ୍ରାୟ ୨୦୦ ଗୋଟି ଅଁଳା, ସର୍ପଗନ୍ଧା, ଅଶୋକ, ସୀତାଫଳ, ଗଙ୍ଗଶିଉଳି, ନିମ୍ବ, ଅମୃତଭଣ୍ଡା, ସଜନା, ଝାଉଁଗଛ, ପାଇନ, ପିଜୁଳି, ଟିକ, ଶିଶୁ, କୃଷ୍ଣଚୁଡା ଏପରିକି ଆହୁରି ଅନେକ ପ୍ରକାର ବୃକ୍ଷ ପରିବେଶର ସୁରକ୍ଷା ତଥା ଜଙ୍ଗଲ ସୃଷ୍ଟି ନିମନ୍ତେ ସମଗ୍ର ରାଜ୍ୟରେ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବନମହୋତ୍ସବ ପାଳିତ ତଥା ବୃକ୍ଷରୋପଣ କରାଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପରିବେଶବିତ୍ ହରିକୃଷ୍ଣ ମାଝୀ, ଗୁରୁ ରଙ୍ଗିଆ, ପ୍ରତାପ ଗୌଡ଼, ପ୍ରକୃତି ବନ୍ଧୁ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ବୃକ୍ଷରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.