ନକଟିଗୁଡା ପ୍ରାଥମିକ ଓ ଆଉଟପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ

ଭବାନୀପାଟଣା: ବୃକ୍ଷ ମଣିଷର ଅତ୍ୟାବଶ୍ୟକ ବଂଧୁ। ବୃକ୍ଷ ବିନା ମଣିଷର ଜୀବନଧାରଣ ସମ୍ଭବ ନୁହେଁ। ତେଣୁ ବୃକ୍ଷରୋପଣ ଓ ତାର ସୁରକ୍ଷା ଦିଗରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବାପୁଜୀ କ୍ଲଷ୍ଟରର ଆଉଟପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନକଟିଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ଶିକ୍ଷାବିତ ପରମାନନ୍ଦ ନନ୍ଦ ଓ ସିଆରସିସି ମିନତୀ କୁମାରୀ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣେଶ୍ୱରୀ ବେଦବାକ ସଭାପତିତ୍ୱ କରିଥିଲେ। ସଭାପରେ ସ୍କୁଲ ପରିସରରେ ଆମ୍ବ, ନିମ୍ବ, ପଣସ, ସାଗୁଆନ ତଥା ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା। ଏଥିରେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ଶାରଦା ଆଚାର୍ଯ୍ୟ, ହେମମଞ୍ଜରୀ ମହାପାତ୍ର, ଶ୍ୟାମଲା ନାଏକ, ରେଣୁକା ରଥ, ସୁବେଦିତା ପଟ୍ଟନାୟକ, ରଞ୍ଜନା ସାମଲ, ସୁନୀତି ମିଶ୍ର, ସୁଚେତା ଦାସ, ସୁନନ୍ଦିନୀ ଉଦଗାତା, ରାଜଲକ୍ଷ୍ମୀ ଯୋଶୀ,ଶିକ୍ଷକ ଡିଲେଶ୍ୱର ରଣା ଓ ଯୁଗେଶ୍ୱର ମାଝୀ ତଥା ପାଚିକା ସହାୟିକା ବିଲାସିନୀ ସରାଫ, ସସ୍ମିତା ସରାଫ, ଅମ୍ବିକା ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ନକଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ କୁମାର ଓ ଶିକ୍ଷୟତ୍ରୀ ଉଷାରାଣୀ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ମହିଳାମାନେ ମିଶି ଗଛ ଲଗାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.