ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ: ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ ସହ ଆଲୋଚନା କଲେ ରାୟଗଡ ନେତୃମଣ୍ଡଳୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଝୋଡିଆ ସଂପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦାବି ଦୀର୍ଘ ୨୪ବର୍ଷ ହେଲା ହୋଇ ଆସୁଛି । ତେବେ ଏଯାଏଁ ମିଳିନି ଆଦିବାସୀ ମାନ୍ୟତା । ରାୟଗଡ ଜିଲ୍ଳା ଗସ୍ତରେ ଜାତୀୟ ଜନଜାତି ଆୟୋଗର ଦୁଇ ଜଣିଆ ସଦସ୍ୟ ପୂର୍ବତନ ବିଜେପି ସାଂସଦ ଏବଂ ପୂର୍ବତନ ରାୟଗଡ ଜିଲ୍ଳା ପ୍ରଭାରୀ ତଥା ରାଷ୍ଟ୍ରୀୟ ଜନଜାତି ଆୟୋଗ କମିଶନର ଅନନ୍ତ ନାୟକଙ୍କ ନେତୃତ୍ୱରେ ଆସି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଲଢି ଆସୁଥିବା ନେତୃମଣ୍ଡଳୀଙ୍କ ସହ ସ୍ଥାନୀୟ ସାର୍କିଟ ହାଉସ ଠାରେ ଆଲୋଚନା କରିଛନ୍ତି । ଏହି ୨ଜଣିଆ ଟିମ୍‌ରେ ରାଷ୍ଟ୍ରିୟ ଜନଜାତି ଆୟୋଗର ଉପସଚିବ କେ.ପି.ଦୁବେ ଓ ଅତିରିକ୍ତ ନିର୍ଦ୍ଦେଶକ ଏ.ବି.ବର୍ଦ୍ଧନ ପ୍ରମୁଖ ରହିଥିଲେ । ଆଲୋଚନା ବେଳେ ଦୀର୍ଘ ଦିନର ଦାବିକୁ କିଭଳି ଭାବେ ପୂରଣ କରାଯିବ ସେ ନେଇ ସରକାରୀ ନିୟମ ପ୍ରକ୍ରିୟା ମଧ୍ୟରେ ଦାବି ଉପସ୍ଥାପନା କରିବା ଏବଂ ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଜନଜାତି ଆୟୋଗ ଆୟୁକ୍ତଙ୍କ ଦୃଷ୍ଟି ଆର୍କଷଣ କରାଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଥିଲା ।


ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାର କାଶିପୁର ବ୍ଳକରେ ୧ଲକ୍ଷରୁ ଉର୍ଦ୍ଧ ଝୋଡିଆ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ତେବେ ୧୯୯୭ ମସିହା ପୂର୍ବରୁ ଏହି ଝୋଡିଆ ସଂପ୍ରଦାୟର ଲୋକେ ଆଦିବାସୀ ମାନ୍ୟତା ପାଇ ସମସ୍ତ ପ୍ରକାର ସରକାରୀ ସୁବିଧା ପାଇ ଆସୁଥିଲେ । ତେବେ ଏହି ସଂପ୍ରଦାୟ କେନ୍ଦ୍ର ସରକାରଙ୍କ ଅନୁସୂଚତି ଜାତି ଓ ଜନଜାତି ତାଲିକା କ୍ରମରେ ୫୫ନମ୍ବର ଅନୁଚ୍ଛେଦରେ ଝୋଡିଆଙ୍କୁ ପରଜା ସଂପ୍ରଦାୟ ଭାବେ ଆଦିବାସୀ ମାନ୍ୟତା ପାଇଛି । ତେବେ ରାୟଗଡ ଜିଲ୍ଳା କାଶିପୁର ବ୍ଳକରେ ଆଦିତ୍ୟ ବିର୍ଲା ପକ୍ଷରୁ କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ସର୍ଭେ କାର୍ଯ୍ୟରେ ଜମିଜମା ଓ ଜାତିଗତ ପ୍ରମାଣ ପତ୍ରରେ ଭୁଲ ତଥ୍ୟ ଉପସ୍ଥାପନା ଯୋଗୁଁ ଉକ୍ତ ସଂପ୍ରଦାୟ ଲୋକେ ଆଦିବାସୀ ମାନ୍ୟତା ହରାଇଥିବା ଅଭିଯୋଗ କରିଛନ୍ତି ସମାଜସେବୀ ସୁମନୀ ଝୋଡିଆ । ଜମିଜମା କାଗଜପତ୍ର ତଥା ଜାତିଗତ ପ୍ରମାଣ ପତ୍ରରେ ଝୋଡିଆ ପରଜା ଲେଖାଯିବା ପରିବର୍ତେ କେବଳ ଝୋଡିଆ ଲେଖା ହୋଇଥିବାରୁ ଆଦିବାସୀ ମାନ୍ୟତା ହରାଇଥିବା ଅଭିଯୋଗ ହୋଇଛି । ପୁଣି ଥରେ ଝୋଡିଆ ପରଜାଙ୍କୁ ଆଦିବାସୀ ମାନ୍ୟତା ଦାବି ପାଇଁ ଏହି ସଂପ୍ରଦାୟର ନେତୃମଣ୍ଡଳି ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଦିଲ୍ଳୀ ପର୍ଯ୍ୟନ୍ତ ଯାଇଛନ୍ତି । ପ୍ରତ୍ୟେକ ସମୟରେ ରାଜନୈତିକ ତଥା ପ୍ରଶାସନିକ ସ୍ତରରେ ତାଙ୍କର ଦାବି ପୂରଣ ପାଇଁ କେବଳ ପ୍ରତିଶୃତି ଛଡା ଆଉ କିଛି ମିଳି ନ ଥିଲା । ଫଳରେ ଶିକ୍ଷା କ୍ଷେତ୍ରରେ ଝୋଡିଆ ସଂପ୍ରଦାୟର ଯୁବକଯୁବତୀମାନେ ଏହି ଟିମ୍ ସହ ଆଲୋଚନା ବେଳେ ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ଉପସଭାପତି କାଳୀରାମ ମାଝି, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ସମାଜସେବୀ ସୁମନୀ ଝୋଡିଆଙ୍କ ସମେତ ଜିଲ୍ଳା ଭାଜପା ସଭାପତି ଶିବ ପଟ୍ଟନାୟକ, ବସନ୍ତ ଉଲାକା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.