ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

● ଜିଲ୍ଳା ମଙ୍ଗଳ ଅଧିକାରୀ ଯୋଗ ଦେଇ କଲେ ଚାରା ରୋପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ଗତ ୧ଜୁଲାଇ ଠାରୁ ଆସନ୍ତା ୭ଜୁଲାଇ ପର୍ଯ୍ୟନ୍ତ ସପ୍ତାହବ୍ୟାପି ଅନୁଷ୍ଠିତ ହେଉଅଛି ।


ଏହି କ୍ରମରେ ସପ୍ତାହ ପାଳନର ଷଷ୍ଠ ଦିନରେ ରାୟଗଡ ଜିଲ୍ଳା ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁଲୁଣ୍ଠି (ଏସଏସଡି ) ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ରାୟଗଡ ବନଖଣ୍ଡର ଗୁଣପୁର ବନାଂଚଳ ଅନ୍ତର୍ଗତ ରାମନାଗୁଡା ସେକ୍ସନ ବନ ବିଭାଗ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଯୋଗ ଦେଇ ଚାରା ରୋପଣ କରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଦ୍ୟାଳୟ ପରିସରଗୁଡିକରେ ଚାରା ରୋପଣ କରିବା ଦ୍ୱାରା ପରିବେଶର ସୁରକ୍ଷା ସହ ଆଗାମୀ ଦିନରେ ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଏକ ସୁସ୍ଥ ପରିବେଶ ଗଠନର ଉଦ୍ଦେଶ୍ୟକୁ ପ୍ରତିପାଦିତ କରିପାରିବ ବୋଲି ପ୍ରକାଶ କରିଥିଲେ ।


ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାମନାଗୁଡା ବିଡିଓ ବେଣୁଧର ଶବର,ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀମତି ଜୟ ବିଶୋଇ, ଏସଏମସି ସଭାପତି ବିଶ୍ୱନାଥ ଶବର, ପୂର୍ବତନ ସରପଂଚ ସୋମନାଥ ପୁରୁଷୋତ୍ତମ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ସମେତ ରାମନାଗୁଡା ସେକ୍ସନ ବନପାଳ ଓ ଅନ୍ୟ ବନ ବିଭାଗ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଚାରା ରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.