ପୁରୁଣାପଡା ଉ.ପ୍ରା. ଓ ବିଏମ୍ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବନମହୋତ୍ସବ ସପ୍ତାହ ଅଵସରରେ ସଦର ବ୍ଲକ୍ ବାପୁଜୀ କ୍ଳଷ୍ଟର ଅନ୍ତର୍ଗତ ପୁରୁଣାପଡା ଉ.ପ୍ରା. ଵିଦ୍ୟାଳୟ ଓ ବି.ଏମ୍. ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି।

ପୁରୁଣାପଡା ଉଚ୍ଚ ପ୍ରାଥମିକ ଵିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ ଭଵାନୀପାଟଣା ଵିଇଓ ଜଗନ୍ନାଥ ପୁରୋହିତ, ସମ୍ମାନିତ ଅତିଥି ରୂପେ ଏବିଇଓ ଜୟକୁମାର ମାଝୀ, ସଂଯୋଜିକା ସିଆରସିସି ମିନତି କୁମାରୀ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ଲୀନା ଦାସ, ସହଶିକ୍ଷୟିତ୍ରୀ ଜୟଶ୍ରୀ ଵହିଦାର, ନିରୁପମା ମଲ୍ଲିକ, ସୁଭାସିନୀ ହୋତା, ଗାୟତ୍ରୀ କୁମାର, ମିନତୀ ପଟ୍ଟନାୟକ, ପାଚିକା ତପସ୍ବିନୀ ମହାରଣା, ମାୟା ଗଉଡ଼, ଅମ୍ବିକା ଗୌଡ଼ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ପ୍ରାୟ ୫୦ରୁ ଅଧିକ ଅଁଳା, ବେଲ, କରଞ୍ଜ, ସାଗୁଆନ୍, ଵରଡା, ଆମ୍ବ, ଅମୃତଭଣ୍ଡା, ଅଶୋକ ଆଦି ବିଭିନ୍ନ ପ୍ରକାର ସହାୟତାକାରୀ ଓ ଛାୟା ପ୍ରଦାୟକ ଵୃକ୍ଷ ରୋପଣ କରାଯାଇଥିଲା।

ସେହିପରି ଜିଲ୍ଲା ସରକାରୀ ବିଏମ୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ଏବଂ ପୂର୍ବତନ ପ୍ରଧାନଶିକ୍ଷକ ସବିତା ପଟ୍ଟନାୟକ, ଇକୋ କ୍ଳବ ଦାୟିତ୍ଵରେ ଥିବା ଶିକ୍ଷକ ନରେଶ କୁମାର ଦାଶ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃକ୍ଷରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.