ନର୍ଲା ଅଧାର କେନ୍ଦ୍ରରେ କୁନି ଶିଶୁଙ୍କ ଭିଡ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ପରିସରରେ ଗତ ଜୁନ ୨୨ ତାରିଖରୁ ପୁଣି ନୂଆ ଆଧାର କାର୍ଡ ତିଆରି, ଆଧାରକାର୍ଡ ସଂଶୋଧନ ପ୍ରଭୃତି କାମ ଚାଲୁଥିବା ବେଳେ ଏବେ ଛୋଟ ଛୋଟ ଶିଶୁ ମାନଙ୍କ ଭିଡ ପରିଲକ୍ଷିତ ହେଉଛି । ୦ ରୁ ୫ ବର୍ଷ ବୟସର ଶିଶୁ ମାନେ ଆଜି ନର୍ଲା ଆଧାର କେନ୍ଦ୍ରରେ ନୂଆ ଭାବରେ ଆଧାର କାର୍ଡ କରିବା ପାଇଁ ଅପେକ୍ଷାରତ ରହିଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ବ୍ଲକ୍ ପରିସରରେ ଚାଲୁଥିବା ଆଧାର କେନ୍ଦ୍ରରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏଥିରେ ନିୟୋଜିତ କରାଯାଇ ଆଧାରକାର୍ଡ ପ୍ରସ୍ତୁତି କାମ ଚାଲିଛି । ଯେଉଁ ମାନେ ଆଧାରକାର୍ଡ ପାଇ ପାରି ନାହାନ୍ତି, କିମ୍ବା ଯେଉଁ ନୂଆ ଅଳ୍ପ ବୟସ୍କ ଶିଶୁ, ଛାତ୍ରଛାତ୍ରୀ ମାନଙ୍କ ଆଧାରକାର୍ଡ ପ୍ରସ୍ତୁତି ହୋଇପାରି ନାହିଁ ସେମାନଙ୍କ ପାଇଁ, ଆଧାରକାର୍ଡରେ ଜନ୍ମ ତାରିଖ, ବାପାଙ୍କ ନାମ କିମ୍ବା ଆଧାରକାର୍ଡ ଧାରୀଙ୍କ ନାମ ଭୁଲଥାଏ ସେମାନଙ୍କ ଆଧାରକାର୍ଡ ସଂଶୋଧନ କାମ ଚାଲି ଆସୁଛି । ସୂଚନାଯୋଗ୍ୟ ୨୦୧୮ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏଁ ୭ ମାସ ଧରି ଆଧାରକାର୍ଡ ପ୍ରସ୍ତୁତି ଓ ସଂଶୋଧନ କାମ ବ୍ଲକରେ ଚାଲିଥିଲା । ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ବୃଦ୍ଧି ପରେ ଏହା ବନ୍ଦ ହୋଇ ପଡିଥିଲା । ପୁଣି ଆଧାର କାମ ଚାଲିଛି କି ନାହିଁ କରୋନାର ଦ୍ୱିତୀୟ ଲହର ଆସିବା ପରେ ନର୍ଲା ବ୍ଲକ୍ ପରିସରରେ ଚାଲୁଥିବା ଆଧାର କେନ୍ଦ୍ର ଗତ ଅପ୍ରେଲ ୨୦୨୧ ରୁ ବନ୍ଦ ହୋଇ ଯାଇଥିଲା । ଏଥିପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ଓ ହଇରାଣ ହରକତ ହେଉଥିବା ଜଣାପଡିଛି । ଗତ ଜୁନ ୨୨ ରୁ ନର୍ଲାରେ ଆଧାର କେନ୍ଦ୍ର ପୁଣି ଚାଲିବା ପରେ ଲୋକେ ଆସ୍ୱସ୍ଥି ଅନୁଭବ କରିଥିବା ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.