ବଜ୍ରାଘାତରେ ପିତାମାତାଙ୍କୁ ହରାଇ ଥିବା ୪ ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁଲୁଣ୍ଠି ପଂଚାୟତ ତାମିଲଗୁଡାର ଗୋପନ ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗତ ୧ତାରିଖରେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ୪ଜଣ ଅନାଥଶିଶୁ ଦିଗହରା ହୋଇଗଲେ।ସେମାନଙ୍କୁ ଆଜି ରାମନାଗୁଡ଼ା ମା ମାଝୀଗୌରୀ ସ୍ବୟଂ ସହାୟିକା ସଂଘ ତରଫରୁ ଚାଉଳ, ଚୁଡା, ଚିନି, ସୋୟାବୀନ, ଆଳୁ, ପିଆଜ, ସାବୁନ, ତେଲ, ବିସ୍କୁଟ ପ୍ରଦାନ କରାଗଲା। ଯଦି ତାଙ୍କ ଆତ୍ମୀୟଲୋକ ଅନୁମତି ଦେଲେ, ତାଙ୍କ ୩ବର୍ଷର ଓ ଦେଢବର୍ଷର ପିଲାଙ୍କୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ ଓ ଛଅବର୍ଷର ଓ ଚାରି ବର୍ଷର ପିଲାଙ୍କୁ ହଷ୍ଟେଲରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ସିଡିପିଓ ଶାନ୍ତିଲତା ରଥ ପ୍ରକାଶ କରିଥିଲେ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ମାସିକ ୨୫୦୦ ଟଙ୍କା ସହାୟତା ମିଳିବ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ସଭାପତି ଆରତୀ ମୁଟିକା, ସମ୍ପାଦିକା ସଂଗୀତା ପ୍ରଧାନ ଓ ସଭ୍ୟା ପୁଷ୍ପାଞ୍ଜଳି ସାହୁ, ସୁଶୀଳା ମହାପାତ୍ର, ସୁପରଭାଇଜର ସାବିତ୍ରୀ ନାୟକ ଓ ବ୍ଲକ ସଂଯୋଜକ ଲେଜର ବାବୁ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.