କେବିକେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁଙ୍କ ଶାନ୍ତିବନ ଶିଶୁ ଉଦ୍ୟାନ ପରିଦର୍ଶନ

କଳାହାଣ୍ଡି, (ନବୀନ କିଶୋର ସାହୁ): ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ଅଧିନସ୍ଥ ମସ୍କାଦାଣ୍ଡି ଗ୍ରାମ ଶାନ୍ତିବନର ନିର୍ମାଣଧୀନ ଶିଶୁ ଉଦ୍ୟାନ ପରିଦର୍ଶନ କରି ସ୍ଥିତି ସମିକ୍ଷା କରିଛନ୍ତି କେବିକେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁ। ସରକାରଙ୍କ ଦ୍ଵାରା ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ଜରିଆରେ ମୋଟ ୧୫ ଲକ୍ଷ ଟଙ୍କା ମୁଡିଙ୍ଗ ଗ୍ରାମପଞ୍ଚାୟତକୁ ମିଳିଥିବାରୁ ସେହି ଟଙ୍କାକୁ ସରପଞ୍ଚ ଟଙ୍କଧର ନାଏକ ବିନିମୟ କରି ଏହି ଉଦ୍ୟାନ ନିର୍ମାଣ କରାଉଛନ୍ତି।


ଏହି ଉଦ୍ୟାନକୁ ଲାଗି ଗିରିଗୋବର୍ଦ୍ଧନ ମନ୍ଦିର, ପିକନିକ୍ ସ୍ପଟ, ଚେକଡ୍ୟାମ୍ ଓ ପ୍ରାକୃତିକ ମନୋରମ ଦୃଶ୍ୟ ଥିବାରୁ ଏହି ଯାଗାକୁ ସବୁବେଳେ ଜନସମାଗମ ହୋଇଥାଏ। ତେଣୁ ସମସ୍ତଙ୍କ ଦୃଷ୍ଟି ରହିଛି ଏହି ଉଦ୍ୟାନ ନିର୍ମାଣରେ। ଏହି ଉଦ୍ୟାନ ସଂପୂର୍ଣ୍ଣ ହେଲେ ଏହି ଏହି ଜାଗାଟି ଆହୁରି ଆକର୍ଷଣୀୟ ହୋଇପାରିବ। ଏହି ପରିପେକ୍ଷିରେ କେବିକେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁ ଅଚାନକ ପରିଦର୍ଶନରେ ଆସିଥିଲେ ଏବଂ ଉଦ୍ୟାନ ନିର୍ମାଣ କାର୍ଯ୍ୟର ତଦାରଖ କରି ମାର୍ଗଦର୍ଶନ କରିଥିଲେ।


ଏପରି ଏକ ନିଆରା ପଦକ୍ଷେପ ପାଇଁ ଡଃ. ସାହୁ ମୁଡିଙ୍ଗ ସରପଞ୍ଚ ତଥା ପଞ୍ଚାୟତର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରି ଏହି ଉଦ୍ୟାନ ଆଗାମି ଦିନରେ କିପରି ବିକଶିତ ହେବ ସେ ବିଷୟରେ ଆଲୋଚନା କରିଥିଲେ। କେବିକେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁଙ୍କ ଏହି ପରିଦର୍ଶନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ମ.ରାମପୁର ବିଡ଼ିଓ ଉତ୍ତମ ବାଗ, ତହସିଲଦାର ଜୟନ୍ତ ମେହେର, ଆସିଷ୍ଟାଣ୍ଡ ଇନଜିନିୟର ନିହାର ରଞ୍ଜନ ମାଝୀ, ଜେଇ କିର୍ତ୍ତୀ ରଞ୍ଜନ ବେହେରା, ପିଇଓ ବିଜୟ କୁମାର ସାମଲ, ଟିସି କଳ୍ପନା ବାଗ, ବିଏଫଟି ଯୋଗିମନ ଜାଲ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.