ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

କଟକ: କଟକ ସଦର ଆୟତପୁର ପଂଚାୟତ ଦାମୋଦରପୁର-୨ ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଠୀକେନ୍ଦ୍ର ପକ୍ଷରୁ ମହାନ ଦେଶ ସେବକ ଗୋପବନ୍ଧୁ ଦାସଙ୍କ ୯୩ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୁସଲିମ ସାହିରେ ଶ୍ରୀଧର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣେଶ୍ୱର ଶତପଥୀ, ମହମ୍ମଦ ଓସିଉଲ୍ଲା, ଅଶୋକ ପଟ୍ଟନାୟକ, ମାନଶ ଶୁକ୍ଳ, ପ୍ରଦୀପ୍ତ ମହାଳୀ, ପ୍ରଶାନ୍ତ ନାୟକ, ଜଗନ୍ନାଥ ଦାସ, ଶଶିଶେଖର ଦାସ, କୃଷ୍ଣ ଚନ୍ଦ୍ର ନାୟକ, ପତିତପାବନ ନାୟକ, ନାରାୟଣ ଦାସ, ଜ୍ୟୋତି ରଂଜନ ସିନା, ଅବୁ ସ୍ୱାଲେହ, ସେକ ସୁରଜ ଅଲ୍ଲୀ, ସାରୁଖ ଖାଁ, ଜହିରଅବାସ ଖାଁ, ଅଜହର ଖାଁ, ୟାକୁବ ଖାଁ, ନସୁର ଖାଁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.