ଅପହଞ୍ଚ ଗାଁରେ ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର ଅପହଞ୍ଚ ଗାଁ କଣ୍ଡାବାରିଡିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ। ସେ ପ୍ରଥମେ କଣ୍ଡାବାରିଡି ଗ୍ରସ୍ତ କରି ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି।


ବିଶେଷ କରି ରାସ୍ତା, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ, ଜଙ୍ଗଲ ଜମି ପଟା, ଘରଢିହ ପଟ୍ଟା ଆଦି ସଂପର୍କରେ ଲୋକଙ୍କୁ ପଚାରିବୁଝିବା ସହ ୨ମାସ ହେଲା ଛତୁଆ ପ୍ରଦାନ କରାଯାଇନଥିବାରୁ ବିରକ୍ତି ପ୍ରକାଶ କରିବା ସହ ସିଡିପିଓ ଶାନ୍ତିଲତା ରଥ ଙ୍କୁ ଏହାର ତଦନ୍ତ ପାଇଁ କହିଥିଲେ।


ତେବେ ଲୋକଙ୍କୁ ସ୍ଥାନୀୟ ତହସିଲ ପକ୍ଷରୁ ଜଙ୍ଗଲ ଜମି, ଘରଢିହ ପଟ୍ଟା ଯୋଗାଇଦେବାକୁ ଅତିରିକ୍ତ ତହସିଲଦାରଙ୍କୁ କହିବା ସହିତ ପାନୀୟଜଳ ସୁବନ୍ଦୋବସ୍ତ କରାଯିବାକୁ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ଗ୍ରାମ ର ମହିଳା ମାନଙ୍କୁ ନେଇ ମିଶନଶକ୍ତି ପକ୍ଷରୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ମିଶନ ଶକ୍ତି ର ଅଧିକାରୀ କହିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ମହିଳାଙ୍କୁ ସ୍ବାବଲମ୍ବୀ କରାଯିବାକୁ କୁକୁଡ଼ା କିମ୍ବା ଛେଳି ଚାଷ କିମ୍ବା ହଳଦି ଚାଷ କରାଯାଇ ଆତ୍ମନିର୍ଭରଶୀଳ କରାଯିବାପାଇଁ କହିଥିଲେ।


ଉପଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା, ସିଡିପିଓ ଶାନ୍ତିଲତା ରଥ,ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ସହକାରୀକନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଗ୍ରାମ ରୋଜଗାର ସେବକ ଦିଲ୍ଲୀପ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.